fbpx
BJD SKY
BJD SKY

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସରକାରୀ ଅଧିକାରୀଙ୍କ ଦୁର୍ନୀତି ବଢ଼ିବାରେ ବଢ଼ିବାରେ ଲାଗିଛି । ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କ ଘରୁ ଅଜ୍ରସ ଧନ ସମ୍ପତ୍ତି ଜବତ ହେଉଛି । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି । ତେବେ ଭିଜିଲାନ୍ସ ପକ୍ଷରୁ ଆଜି ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରାଯାଉଛି । ଏହି ରେଡରେ ଯନ୍ତ୍ରୀଙ୍କ ନିକଟରୁ ଅମାପ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ଆଜି ବାଲେଶ୍ୱର ଜିଲ୍ଲାର ସହକାକୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲେଶ୍ୱରର ପୂର୍ତ୍ତ ଡିଜିଜନ-୨ର ସହକାରୀ ଯନ୍ତ୍ରୀ ଭାବେ ଅଜୟ କାର୍ଯ୍ୟ କରୁଥିଲେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି । ଅଜୟଙ୍କର ବାଲେଶ୍ୱର, ପୁରୀ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।

ଆଜିର ଚଢ଼ାଉରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫମାନେ ସାମିଲ ରହିଥିଲେ । ଶ୍ରୀ ସେନାପତିଙ୍କ ପୁରୀର ହରିଚଣ୍ଡୀ ସାହିର ଆବାସିକ ଘର, ବାଲେଶ୍ୱରର ସରକାରୀ କ୍ୱାର୍ଟର, ବାଲେଶ୍ୱରର ଅଫିସ କାର୍ଯ୍ୟାଳୟ, ଖୋର୍ଦ୍ଧା ବାଲୁଗାଁର ଦୁଇ ମହଲା କୋଠ, ବାଣପୁର ଭଗବତ ସାହିର ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.