fbpx

ଟିଭିକୁ ଫେରିଲା ‘ବାଳିକା ବଧୂ’, କଣ ରାମାୟଣର ଟିଆରପିକୁ ଦେବ ଟକ୍କର?

ମୁମ୍ବାଇ,୧୪ ।୪: ଦୂରଦର୍ଶନରେ ରାମାୟଣ, ମହାଭାରତ ସହ ୮୦-୯୦ ଦଶକର କାର୍ଯ୍ୟକ୍ରମ ଫେରିବା ପରେ ଅନ୍ୟ ଚ୍ୟାନେଲଗୁଡିକ ସେମାନଙ୍କୁ ପୁରୁଣା ଆଇକନ୍ ସିରିଏଲକୁ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୮ ବର୍ଷ ଧରି ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ଶୋ ମଧ୍ୟରୁ ‘ବାଳିକା ବଧୂ’ ପୁନଃ ଟିଭିରେ ପ୍ରସାରଣ ହେବ । ଏନେଇ ଅନୂପ ସୋନୀ ସୂଚନା ଦେଇଛନ୍ତି ।

ତେବେ ଲକ୍-ଡାଉନ୍ ୧୫ ଏପ୍ରିଲରୁ ମେ ୩ କୁ ବୃଦ୍ଧି କରାଯାଇଛି । ଘରେ ବସି ବସି ଲୋକେ ଯେପରି ବିରକ୍ତ ନହୁଅନ୍ତୁ, ସେଥିପାଇଁ ପୁରୁଣା ଶୋକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । କଲର୍ସ ଚ୍ୟାନଲରେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ବାଳିକା ବଧୂ ପ୍ରସାରଣ ହେବ ବୋଲି ଅନୂପ କହିଛନ୍ତି । ଅନ୍ୟପଟେ ଲକ୍-ଡାଉନ୍ ସମୟରେ ଅଧିକାଂଶ ଲୋକେ ରାମାୟଣ ଦେଖୁଥିବା ବେଳେ ତାକୁ ବାଳିକା ବଧୂ ଟକ୍କର ଦେବି କି ନାହିଁ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Get real time updates directly on you device, subscribe now.