fbpx

IPL-2024ରେ ଏହି ଦେଶର ଏଣ୍ଟ୍ରି ଉପରେ ବ୍ୟାନ୍! ଟୁର୍ଣ୍ଣାମେଣ୍ଟ ପୂର୍ବରୁ BCCI ନେଲା ବଡ଼ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ବିଭିନ୍ନ ପ୍ରକାର ଆୟୋଜନରେ ଲାଗି ପଡ଼ିଛି । ତେବେ ଅକ୍ସନ ପରେ ଆଇପିଏଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଆଇପିଏଲରେ ଚୀନକୁ ଏକ ବଡ଼ ଝଟକା ଦେଇଛି ବିସିସିଆଇ । ଏହି ସିଜନ ପାଇଁ ଏକ ବିଭାଗରେ ଚୀନର ଏଣ୍ଟ୍ରିକୁ ବ୍ୟାନ୍ ଲଗାଇଛି ଭାରତୀୟ କ୍ରିକେଟ ବୋର୍ଡ । ଯାହାକୁ ନେଇ ଚୀନର ବଡ଼ ବଡ଼ କମ୍ପାନୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ଆଇପିଏଲ-୨୦୨୪ ପାଇଁ ବୋର୍ଡ ଟାଇଟଲ ସ୍ପନସର ପାଇଁ ଟେଣ୍ଡର ପ୍ରକାଶ କରିଛି । ତେବେ ଏହି ସିଜନରେ ଟାଇଟଲ ସ୍ପନସରସିପ ପାଇଁ ଚୀନ ଉପରେ ବ୍ୟାନ୍ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ । ଗତ କିଛି ବର୍ଷରୁ ଭାରତ-ଚୀନ ମଧ୍ୟରେ ତିକ୍ତତା ଏବେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ବିସିସିଆଇ ତରଫରୁ ପ୍ରକାଶ ପାଇଥିବା ଏହି ଟେଣ୍ଡରରେ କୁହାଯାଇଛି ଯେ, ଭାରତ ସହିତ ସୁସମ୍ପର୍କ ନଥିବା ଦେଶମାନଙ୍କୁ ସ୍ପନସରସିପର ଟେଣ୍ଡର ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ।

ଟାଇଟଲ ସ୍ପନସର ପାଇଁ ବେସ ପ୍ରାଇସ ବାର୍ଷିକ ୩୬୦ କୋଟି ଟଙ୍କା ରଖାଯାଇଛି । ଏହାପରେ ନିଲାମ ପ୍ରକ୍ରିୟାରେ ଦିଆଯିବ ଟେଣ୍ଡର । ପୂର୍ବରୁ ଚୀନର ମୋବାଇଲ କମ୍ପାନୀ ‘ଭିଭୋ’ ଆଇପିଏଲର ଟାଇଟଲ ସ୍ପନସର ଭାବରେ ରହିଥିଲା । କିନ୍ତୁ ୨୦୨୦ରେ ଭାରତ-ଚୀନ ସୀମା ବିବାଦ ପରେ ବିସିସିଆଇ ଭିଭୋକୁ ଏହି ଦାୟିତ୍ୱରୁ ହଟାଇବାରୁ ଟାଟା ଏହି ସ୍ଥାନ ନେଇଥିଲା ।

ଟେଣ୍ଡରରେ କ’ଣ ଲେଖିଛି ବିସିସିଆଇ?

ଆଇପିଏଲ-୨୦୨୨୪ ପାଇଁ ଟେଣ୍ଡରରେ ବିସିସିଆଇ ଲେଖିଛି ଯେ, ଭାରତ ସହ ସୁସମ୍ପର୍କ ନଥିବା ଦେଶଗୁଡ଼ିକ ସହ ଭଲ ସମ୍ପର୍କ ରଖିଥିବା ଦେଶ ସ୍ପନସର ପାଇଁ ନିଲାମରେ ଭାଗ ନେଇପାରିବେ ନାହିଁ । ତେବେ ବୋର୍ଡକୁ ଶେୟାର ହୋଲ୍ଡର ସହ ଜଡ଼ିତ ସମସ୍ତ ତଥ୍ୟ ଦେବାକୁ ପଡ଼ିବ ଏବଂ ଏହାପରେ ବିଡ୍ ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛି ଭାରତର କ୍ରିକେଟ ବୋର୍ଡ । ଏହାବ୍ୟତୀତ ଫାଣ୍ଟାସୀ ଗେମ୍, କ୍ରିପ୍ଟୋକରେନ୍ସି ଏବଂ ବେଟିଂ ସହ ଜଡିତ କମ୍ପାନୀଗୁଡିକୁ ମଧ୍ୟ ଆଇପିଏଲରେ ବ୍ୟାନ୍ ଆଦେଶ ଜାରି ହୋଇଛି । ସେହିପରି କ୍ରୀଡା ସମ୍ବନ୍ଧୀୟ ପୋଷାକ ତିଆରି କରିବାରେ ସକ୍ରିୟ ଥିବା କମ୍ପାନୀଗୁଡିକ ମଧ୍ୟ ଟାଇଟଲ୍ ପ୍ରାୟୋଜକ ପାଇଁ ଟେଣ୍ଡର କରିପାରିବେ ନାହିଁ। ଏହି ଟାଇଟଲ୍ ସ୍ପନସରସିପ ଚୁକ୍ତି ଆଇପିଏଲ ୨୦୨୪ ରୁ ଆଇପିଏଲ ୨୦୨୯ ପାଞ୍ଚ ବର୍ଷ ପାଇଁ ରହିବ ।

Get real time updates directly on you device, subscribe now.