fbpx
BSKY SKY
BSKY SKY

ଆବଶ୍ୟକତା ଠାରୁ ଅଧିକ କଦଳୀ ଖାଉଥିଲେ ସାବଧାନ; ଦେଖା ଦେଇଥାଏ ଏହି ୫ଟି ସାଇଡ୍ ଇଫେକ୍ଟ

BSKY

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତେକ ବ୍ୟକ୍ତି ସୁସ୍ଥ ରହିବାକୁ ବିଭିନ୍ନ ପ୍ରକାର ଯୋଗ କରିବା ସହିତ ପୁଷ୍ଟିକର ଖାଦ୍ୟ ମଧ୍ୟ ସେବନ କରିଥାନ୍ତି । ଏଥିସହିତ ସେଓ,କମଳା, ଡାଳିମ୍ବ ଆଦି ଅନେକ ପ୍ରକାର ଫଳ ମଧ୍ୟ ସେବନ କରିଥାନ୍ତି । ଯେଉଁଥିରେ କଦଳୀ ମଧ୍ୟ ସାମିଲ ଅଛି। କାରଣ କଦଳୀରେ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ରହିଛି । ତେଣୁ ଏହାକୁ ପ୍ରତ୍ୟେକଦିନ ସେବନ କରିବା ଦ୍ୱାରା ଏହା ଶରୀରକୁ ବହୁତ ପ୍ରକାର ଫାଇଦା ଯୋଗାଇଥାଏ । ତେବେ ସାଧାରଣତଃ ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଦିନକୁ ୧ରୁ ୨ଟି କଦଳୀ ସେବନ କରିବା ଉଚିତ୍ ଏବଂ ଯେଉଁମାନେ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି ସେମାନେ ଦିୁନକୁ ୩ଟି କଦଳୀ ସେବନ କରିବା ଆବଶ୍ୟକ । କିନ୍ତୁ କୌଣସି ବ୍ୟକ୍ତି ଯଦି ଜଣେ ବ୍ୟକ୍ତି ଭଲ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ଅଧିକ କଦଳୀ ସେବନ କରନ୍ତି , ତେବେ ଏହା ସେମାନଙ୍କ ଶରୀର ପାଇଁ ବିପଜ୍ଜନକ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଧିକ କଦଳୀ ସେବନ କରିବା ଦ୍ୱାରା ଶରୀରରେ କେଉଁ ପ୍ରକାରର ପାଶ୍ୱ ପ୍ରତିକ୍ରିୟା ଦେଖାଯାଏ ।

ଓଜନବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଧିକ କଦଳୀ ସେବନ କରିବା ଦ୍ୱାରା ଓଜନବୃଦ୍ଧି ହୋଇଥାଏ । କାରଣ କଦଳୀରେ ପ୍ରଚୁର ପରିମାଣରେ ଫାଇବର ରହିବା ସହ ନାଚୁରାଲ ସୁଗାର ମଧ୍ୟ ରହିଥାଏ । ଫଳରେ ଏହାକୁ ଅଧିକ ସେବନ କରିବା ଦ୍ୱାରା ଏବଂ କ୍ଷୀର ସହ ଖାଇବା ଦ୍ୱାରା ଏହା ବ୍ୟକ୍ତିର ଓଜନ ବୃଦ୍ଧି କରେ । ତେଣୁ ଏହାକୁ ଅଧିକ ସେବନ କରନ୍ତୁ ନାହିଁ ।

ବ୍ଲଡସୁଗାର ସ୍ତର ବୃଦ୍ଧି: ମଧୁମେହ ବ୍ୟକ୍ତିମାନେ ଅଦିକ କଦଳୀ ସେବନ କରିବା ସେମାନଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ନାଚୁରାଲ ସୁଗାର ଥାଏ । ଯାହାକି ମଧୁମେହ ରୋଗୀଙ୍କ ବ୍ଲଡସୁଗର ସ୍ତରକୁ ବଢାଇ ଦେଇଥାଏ । ଯାହାକି ମଧୁମେହ ରୋଗୀମାନଙ୍କ ପାଇଁ ବହୁତ ବିପଜ୍ଜନକ । ତେଣୁ ସେମାନ ଅଧିକ କଦଳୀ ସେବନ କରିବା ଉଚିତ୍ ନୁହେଁ ।

ପେଟ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ କଦଳୀ ସେବନ କରିବା ଦ୍ୱାରା ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । କାରଣ କଦଳୀରେ ଷ୍ଟାର୍ଚ ନାମକ ଏକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଗ୍ୟାସ,ପେଟ ଦରଜ ଏବଂ ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ । ତେଣୁ କଦଳୀ ଅଧିକ ମାତ୍ରାରେ ସେବନ ପେଟ ପାଇଁ ବିପଦ ସୃଷ୍ଟି କରେ ।

ମାଇଗ୍ରେନ ବିପଦ: କଦଳୀରେ ଟାଇରୋସିନ୍ ନାମକ ନନଏସେନସିଆଲ ଆମିନୋ ଏସିଡ ରହିଥାଏ । ଯାହାକି ଶରୀରରେ ଟାଇରାମାଇନରେ ପରିବର୍ତ୍ତିତ ହୋଇଥାଏ । ଫଳରେ ମାଇଗ୍ରେନର ବିପଦ ବୃଦ୍ଧି ପାଇଥାଏ । ତେଣୁ ଯେଉଁ ବ୍ୟକ୍ତିମାନଙ୍କର ମାଇଗ୍ରେନ ସମସ୍ୟା ରହିଛି ସେମାନେ ଅଧିକ ମାତ୍ରାରେ କଦଳୀ ସେବନ ଠାରୁ ଦୂରେଇ ରୁହନ୍ତୁ ।

ଦାନ୍ତ ସମସ୍ୟା: ଯେଉଁ ବ୍ୟକ୍ତିମାନେ ଅଧିକ ମାତ୍ରାରେ କଦଳୀ ସେବନ କରିଥାନ୍ତି ସେମାନଙ୍କର ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ । କାରଣ କଦଳୀରେ ନାଚୁରାଲ ସୁଗାର ରହିଥାଏ । ଫଳରେ ଏହା ଦାନ୍ତରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ତେଣୁ କଦଳୀ ଖାଇ ସାରିବା ପରେ ତୁରନ୍ତ ମୁହଁ ଧୋଇ ନିଅନ୍ତୁ ।

Get real time updates directly on you device, subscribe now.