fbpx

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ବି ଗର୍ଭବତୀ ହେଲେ ୮ ମହିଳା, ମୁଖ୍ୟମନ୍ତ୍ରୀ କହିଲେ ବ୍ୟସ୍ତ ହୁଅନି କ୍ଷତିପୂରଣ ମିଳିବ

Advertisement

ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦାର ସ୍ୱାସ୍ଥ୍ୟ ବିଭାଗରେ ସେତେବେଳେ ଜୋରଦାର କମ୍ପନ ସୃଷ୍ଟି ହୋଇଥିଲା ଯେତେବେଳେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ବି ୮ ଜଣ ମହିଳା ଗର୍ଭବତୀ ହୋଇଥିଲେ । ମହିଳାଙ୍କୁ ଯେତେବେଳେ ଏହି କଥାର ସୂଚନା ମିଳିଲା କି ସେମାନେ ଗର୍ଭବତୀ ଅଛନ୍ତି ସେତେବେଳେ ସେମାନଙ୍କ ହୋସ୍ ବି ଉଡିଯାଇଥିଲା । ଏହାକୁ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ବି କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତର ମିଳିଥିଲା କି ଏହା ଏକ ନିୟମିତ ପ୍ରକ୍ରିୟା ଅର୍ଥାତ୍ ଏପରି ବାରମ୍ବାର ହେଉଛି । ତେଣୁ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ । ଏବେ ଏହି ତ୍ରୁଟି ଉପରେ ପରଦା ପକାଇ ଦେବାକୁ ୬୦-୬୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ଯୋଜନା ହେଉଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମେ ଦୁଇ ଆମର ଦୁଇ ସ୍ଲୋଗାନ ଦିଆଯାଉଛି । ଏହାକୁ ସଫଳ କରିବା ଲାଗି ସରକାରଙ୍କ ପକ୍ଷରୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ୟାମ୍ପର ଆୟୋଜନ କରାଯାଉଛି । ଏଥିରେ ପୁରୁଷଙ୍କ ସହ ମହିଳାମାନେ ବି ବହୁମାତ୍ରାରେ ଯୋଗଦାନ କରୁଛନ୍ତି । କିନ୍ତୁ ବାନ୍ଦାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ବି ୮ ମହିଳାଙ୍କ ସହ ଧୋକା ହୋଇଛି । ଏମାନେ ଗର୍ଭବତୀ ହେବା ପରେ ସିଧା ସ୍ୱାସ୍ଥ୍ୟ ବିଭାଗ ଅଫିସ୍ ପହଞ୍ଚିଥିଲେ । ଏହାପରେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ମୁହଁ ବନ୍ଦ କରିବାକୁ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.