fbpx
BSKY SKY
BSKY SKY

ଆଉଟ ହେଲେ ରୋହିତ ଶର୍ମା; କେ.ଏଲ ରାହୁଲଙ୍କ ଆଉଟ ପରେ ମୈଦାନରେ ସୂର୍ଯ୍ୟକୁମାର ଯାଦବ

BSKY

ଓଡିଶା ଭାସ୍କର; ବିଶ୍ୱକପକୁ ନେଇ ଆଜି ଇକାନା କ୍ରିକେଟ୍‌ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ । ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଂଲଣ୍ଡ ଫଳରେ ବ୍ୟାଟିଂ ଜାରି ରଖିଛି ଇଣ୍ଡିଆ ଟିମ୍ । ତେବେ ଏହି ଦୁଇ ଶକ୍ତିଶାଳୀ କ୍ରିକେଟ ଟିମ୍ ମଧ୍ୟରେ ଅତି ରୋମାଞ୍ଚକପୂର୍ଣ୍ଣ ମ୍ୟାଚ ଚାଲୁ ରହିଥିବା ବେଳେ ଇଣ୍ଡିଆକୁ ଲଗାତାର ଝଟକା ଲାଗି ରହିଛି । ପୂର୍ବରୁ ଶୁବମନ ଗିଲ୍‌, ବିରାଟ କୋହଲି ଏବଂ ଶ୍ରେୟସ ଆୟାରଙ୍କ ୱିକେଟ ହରାଇଥିଲା ଭାରତ । ହେଲେ ବର୍ତ୍ତମାନ ପୁଣି ଆଉ ଦୁଇଟି ୱିକେଟ ହରାଇଛି ଭାରତ । କିଛି ସମୟ ହେବ ଅଧିନାୟକ ରୋହିତ ଶର୍ମାଙ୍କ ସହ କେ.ଏଲ ରାହୁଲଙ୍କ ଯୋଡି ଭଲ ରହିଥିଲା । ମାତ୍ର ଏହି ଯୋଡି ବର୍ତ୍ତମାନ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଇଣ୍ଡିଆ ଟିମ୍ ପାଞ୍ଚ ପାଞ୍ଚୋଟି ୱିକେଟ ହରାଇ ବସିଛି । କେ.ଏଲ ରାହୁଲଙ୍କ ଆଉଟ ପରେ ମୈଦାନକୁ ଓଲ୍ହାଇଛନ୍ତି ସୂର୍ୟ୍ୟକୁମାର ଯାଦବ । ଏହାପରେ ଅଧିନାୟକ ରୋହିତ ଶର୍ମା ୮୭ ରନ ସଂଗ୍ରହ କରି ଆଉଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବର୍ତମାନ ସୁଦ୍ଧା ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟାର, କେ.ଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଭଳି ମୂଲ୍ୟବାନ ୱିକେଟ ହରାଇଛି ଭାରତ ।

Get real time updates directly on you device, subscribe now.