fbpx

ଓଡିଶାରେ ଆରମ୍ଭ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପୁରୀ: ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଛି ଏକ ବଡ ଉପହାର । ପୁରୀ-ହାୱଡା ପାଇଁ ଆରମ୍ଭ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ । ଦୀର୍ଘ ଦିନର ଅପେକ୍ଷା ଆଜି ସପଳ ହୋଇଛି ଏବଂ ପ୍ରଥମ ଥର ପାଇଁ ଓଡିଶାରେ ଉପଲବ୍ଧ ହୋଇଛି ବନ୍ଦେ ଭାରତ ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ।

ଏହି ଅବସରରେ କଟକ, ପୁରୀ ରେଳ ଷ୍ଟେସନ ନବୀକରଣ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ବ୍ୟତୀତ ଆଉ କିଛି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯିବା ସହ ଉଦଘାଟନ କରାଯାଇଛି । ତେବେ ଏହି ‘ବନ୍ଦେ ଭାରତ’ର ଲୋକାର୍ପଣ ସମୟରେ ‘ଜୟ ଜଗନ୍ନାଥ’ କହି ନିଜ ସମ୍ବୋଧନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ବକ୍ତବ୍ୟରେ ସେ କହିଛନ୍ତି ଯେ, ଆଜି ଓଡିଶା ଏବଂ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ସ୍ୱରୂପ ମିଳିଛି । ବନ୍ଦେ ଭାରତରେ ଭାରତର ଗତି ଏବଂ ପ୍ରଗତି ପ୍ରତିଫଳିତ ହେଉଛି । ପୁରୀ-କୋଲକାତା ଯାତ୍ରା ମାତ୍ର କେବଳ ସାଢେ ୬ ଘଣ୍ଟାରେ ଶେଷ ହୋଇ ପାରିବ । ଯାହାଦ୍ୱାରା ସମୟ ବଞ୍ଚିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି କହିଛନ୍ତି ମୋଦି ।

ତେବେ ଏହି ପରୀପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କ ନିକଟରେ ରାଜ୍ୟ ପାଇଁ କିଛି ଦାବି ରଖିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଆଉ ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ ଦାବିକୁ ପୁଣିଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩-୪ ବର୍ଷ ମଧ୍ୟରେ ଏହି ବିମାନ ବନ୍ଦରର କାମ ସରିବା ନେଇ ଆଶା କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୋଦି ନିଜେ ଆସି ଲୋକାର୍ପଣ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହାସହିତ ରାଜ୍ୟରେ ଆଉ ୨ଟି ବନ୍ଦେ ଭାରତ ପାଇଁ ଓଡିଶା ପକ୍ଷରୁ ଦାବି କରାଯାଇଛି । ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ଦୁଇଟି ନୂଆ ବନ୍ଦେ ଭାରତ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ପାଇଁ ମଧ୍ୟ ଦାବି କରାଯାଇଛି । ତେବେ ମୋଦିଙ୍କ ନେତୃତ୍ୱ ଓଡିଶାରେ ଖୁବଶୀଘ୍ର ବୁଲେଟ ଟ୍ରେନ ଚାଲିପାରେ ବୋଲି ଆଶା କରିଛନ୍ତି ଓଡିଶାବାସୀ ।

Get real time updates directly on you device, subscribe now.