fbpx

ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ: ପୁଣି ଅଢେଇ ଦିନରେ ସରିଲା ମ୍ୟାଚ୍, ଭାରତ ୨-୦ରେ ଆଗୁଆ

Advertisement

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟର ହିରୋ ଥିଲେ ରବିନ୍ଦ୍ର ଜାଡେଜା, ଯିଏ ଦ୍ୱିତୀୟ ଇନିଂସରେ ୭ ଟି ୱିକେଟ୍ ନେଇ କଙ୍ଗାରୁର ଦଳର ମେରୁଦଣ୍ଡ ଭାଙ୍ଗିଥିଲେ। ଜାଡେଜା ଆଶ୍ଚର୍ଯ୍ୟଜନକ ବୋଲିଂ କରିଥିଲେ, ଏବଂ ସକାଳ ସେସନ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ନଅ ୱିକେଟ୍ ହରାଇଥିଲା। ସମଗ୍ର ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସରେ ୧୧୩ ରନ୍ ସସ୍କୋରରେ ସୀମିତ ହୋଇଯାଇଥିଲା। ତା’ପରେ ରୋହିତ ଶର୍ମାଙ୍କ ଦ୍ରୁତ ୩୧ ରନ୍ ଟାର୍ଗେଟକୁ ସହଜ କରିଥିଲା।

ଏହି ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ୨୬୩ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଭାରତୀୟ ଟିମ୍ ପ୍ରଥମ ଇନିଂସରେ ପ୍ରାରମ୍ଭିକ ଝଟକା ପାଇଥିଲେ ମଧ୍ୟ ଶେଷ ଆଡ଼କୁ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନିଙ୍କ ଶତକୀୟ ପାର୍ଟନସୀପ ଯେଗଦାନ ବଳରେ ୨୬୨ ରନ୍ ସ୍କୋର କରିଥିଲା । ଭାରତ ପାଇଁ ଅକ୍ଷର ପଟେଲ ସର୍ବାଧିକ ୭୪ ରନ୍ ସ୍କୋର କରିଥିଲେ ।

ଏହା ପରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂଇ ଆଜି ଲଞ୍ଚ ପୁର୍ବରୁ ୧୧୩ ରନ୍‌ରେ ସିମିତ ରହିଯାଇଥିଲା । ଭାରତ ପାଇଁ ରବିନ୍ଦ୍ର ଜାଡେଜା ୭ଟି ଏବଂ ରବିଚନ୍ଦ୍ରନ୍ ଅଶ୍ୱିନି ୩ଟି ଉଇକେଟ୍ ନେଇଥିଲେ ।

Get real time updates directly on you device, subscribe now.