fbpx

(Video) ବ୍ୟାଙ୍କକ୍ ଫ୍ଲାଇଟ୍ ଭିତରେ ଭାରତୀୟଙ୍କ ଫାଇଟ୍: ଲାତ-ଗୋଇଠା ଦେଖି ଡରି ପଳାଇଲେ ବିଦେଶୀ

Advertisement

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଅର୍ଥାତ୍ ୨୭ ଡିସେମ୍ବରରେ ବ୍ୟାଙ୍କକ୍-କୋଲକାତା ବିମାନରେ କିଛି ଯାତ୍ରୀଙ୍କ ମଧ୍ୟରେ ଜବରଦସ୍ତ ଝଗଡ଼ା ହୋଇଥିଲା । ପୁରା ଘଟଣାକୁ କୌଣସି ଯାତ୍ରୀ ନିଜ ମୋବାଇଲରେ ରେକର୍ଡ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ସେବେ ହୋଇଥିଲା, ଯେବେ ୨ ଯାତ୍ରୀଙ୍କ ସାମାନ୍ୟ ଯୁକ୍ତିତର୍କ ମାରପିଟରେ ବଦଳିଗଲା । ଏହି ସମୟରେ ଝଗଡ଼ା ଅଟକାଇବାକୁ ଥାଇ ସ୍ମାଇଲ ଏୟାରୱେଜର ଏୟାର ହୋଷ୍ଟେଜ୍ ଆସିଥିଲେ, କିନ୍ତୁ ବିମାନରେ ଯୁକ୍ତି କରୁଥିବା ୨ ଗୁଣ୍ଡା କାହା କଥା ଶୁଣିନଥିଲେ ।

ସାମାନ୍ୟ ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ଏହି ମାମଲା ଏତେ ବଢ଼ିଗଲା ଯେ, ୨ ଯାତ୍ରୀ ପରସ୍ପର ମଧ୍ୟରେ ଝଗଟା କରିବାକୁ ଲାଗିଲେ । ଏହି ସମୟରେ ଉଭୟ ପକ୍ଷରୁ ଆଉ କିଛି ଯାତ୍ରୀ ଆସିଥିଲେ ଓ ମାରପିଟ୍ କରିବାକୁ ଲାଗିଥିଲେ । ସେହି ସମୟରେ ଉପସ୍ଥିତ ଥିବା ଏୟାର ହୋଷ୍ଟେଜ୍ ମଧ୍ୟ ଏହା ଦେଖି ଡରିଯାଇଥିଲେ ଓ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଦୁଇ ଯାତ୍ରୀଙ୍କ ମଧ୍ୟରେ ପ୍ରଥମେ ପ୍ରବଳ ପାଟିତୁଣ୍ଡ ହେଉଛି । ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଆଉ କିଛି ବ୍ୟକ୍ତି ଆସି ଯୁବକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଚାପୁଡା ପରେ ଚାପୁଡା ଓ ବିଧା ମାରିଥିଲେ ୩-୪ ଜଣ ଯୁବକ । ବିମାନରେ ଥିବା କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ବି କିଛି ଫରକ ପଡିନଥିଲା । ଗତ ୨୭ ତାରିଖରେ ଘଟିଥିବା ମାରପିଟ ବେଳେ ବିମାନଟି ମଝି ଆକାଶରେ ଥିଲା । ବସ, ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ଏଭଳି ଘଟଣା ଘଟୁଥିବା ବେଳେ ଏବେ ବିମାନରେ ବି ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.