fbpx

ସଂପର୍କ ଆହୁରି ସୁଦୃଢ ପାଇଁ ଆମର ଚଟଗାଓଁ ବନ୍ଦର ବ୍ୟବହାର କରୁ ଭାରତ, ଅଫର ଦେଲା ବାଂଲାଦେଶ

Advertisement

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା ସମୟରେ ଦୁଇ ଦେଶର ଦ୍ଵିପାକ୍ଷିକ ସଂପର୍କ ଆହୁରି ଦୃଢ ହେବା ଉପରେ ଗୁରୁତ୍ଵ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ସେ ଗୁରୁବାର କହିଛନ୍ତି, ଭାରତର ପୂର୍ବୋତର ରାଜ୍ୟ ସହ ସଂପର୍କ ବଢାଇବା ପାଇଁ ଭାରତ ଚଟଗାଓଁ ବନ୍ଦର ବ୍ୟବହାର କରି ପାରିବ।

ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ସଂପର୍କକୁ ଆହୁରି ଘନିଷ୍ଠ କରାଯାଏ ତେବେ ଆସାମ ଏବଂ ତ୍ରିପୁରା ପରି ଭାରତର ପୂର୍ବୋତର ରାଜ୍ୟ ଚଟଗାଓଁ ବନ୍ଦର ବ୍ୟବହାର କରି ପାରିବେ। ବୈଦେଶିକ ମନ୍ତ୍ରୀ ଏସ ଜଶୟଙ୍କର ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଗୁରୁବାର ସାକ୍ଷାତ ହୋଇଛି।

ସୂଚନାଯୋଗ୍ୟ, ଚଟଗାଓଁ ବନ୍ଦର ବାଂଲାଦେଶର ପ୍ରମୁଖ ବନ୍ଦର। ସଂକ୍ଷିପ୍ତ ସରକାରୀ ଯାତ୍ରାରେ ଯାଇଥିବା ଜୟଶଙ୍କର ହସିନାଙ୍କୁ ଭାରତୀୟ ସମକକ୍ଷ ନରେନ୍ଦ୍ର ମୋଦୀଙ୍କ ତରଫରୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଜୟଶଙ୍କର ଟୁଇଟ୍ କରିଛନ୍ତି ଯେ, ମିଳିଥିବା ଅଦ୍ଭୁତପୂର୍ବ ସ୍ଵାଗତ ପାଇଁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଧନ୍ୟବାଦ। ଆପଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଶୁଭକାମନା ଜଣାଇଛନ୍ତି। ଉଭୟ ନେତାଙ୍କ ମାର୍ଗଦର୍ଶନ ଆମର ଦ୍ଵିପାକ୍ଷିକ ସଂପର୍କ ଆହୁରି ମଜବୁତ ହେଉଛି ବୋଲି ଜୟଶଙ୍କର କହିଛନ୍ତି।

ଜୟଶଙ୍କର ଏବଂ ଶେଖ ହସିନାଙ୍କ ମଧ୍ୟରେ ଅଧ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଶେଷ କରି ପ୍ରତିରକ୍ଷା ସହଯୋଗ, କୁଶିୟାରା ଏବଂ ଫେନି ନଦୀ ଜଳ ବଣ୍ଟନ, କୋଭିଡ୍-୧୯ର ସାଂପ୍ରତିକ ସ୍ଥିତି, ବୈଶ୍ଵିକ ଅର୍ଥବ୍ୟବସ୍ଥା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଆଲୋଚନାରେ ପ୍ରମୁଖ ପ୍ରସଙ୍ଗ ଥିଲା।

Get real time updates directly on you device, subscribe now.