Breaking: ମ୍ୟାଚ୍ ଆରମ୍ଭରୁ ବାଂଲାଦେଶକୁ ଝଟକା, ୨୭ ରନରେ ୩ ଓ୍ୱିକେଟ୍
ଚ୍ୟାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଜୋରଦାର ଝଟକା। ମାତ୍ର ୨୭ ରନ କରି ହରାଇଲା ୩ ଓ୍ୱିକେଟ୍। ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ।
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମ୍ୟାଚ୍। ଟସ୍ ହାରିଲା ଟିମ୍ ଇଣ୍ଡିଆ। ସେପଟେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାଂଲାଦେଶର ନିଷ୍ପତ୍ତି। ଚାମ୍ପିୟନ୍ସ ଟ୍ରଫିରେ ଭାରତର ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଟିମ୍ ବିଜୟ ଲକ୍ଷ୍ୟ ନେଇ ଆଗକୁ ବଢିଚାଲିଛନ୍ତି।
ହେଲେ ଏହାରି ଭିତରେ ବାଂଲାଦେଶକୁ ଜୋରଦାର ଝଟକା ଲାଗିଛି। ମାତ୍ର ୨୭ ରନରେ ୩ଟି ଓ୍ୱିକେଟ୍ ନେଇସାରିଲାଣି ଭାରତ। ଯାହାକି ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ମ୍ୟାଚ୍ ଆରମ୍ଭରୁ ହିଁ ବାଂଲାଦେଶର ଦୁଇ ଓପନରଙ୍କ ସମେତ ୩ଟି ଓ୍ୱିକେଟ୍ ଖସି ସାରିଲାଣି।
ଯଦିଓ ଏହି ମ୍ୟାଚର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ। ହେଲେ ଭାରତୀୟ ଟିମ୍ ବେଶ ଫର୍ମରେ ରହିଛି। ମ୍ୟାଚ୍ ଆରମ୍ଭରୁ ଦଳର ଯେଉଁପରି ଭାବରେ ପ୍ରଦର୍ଶନ ରହିଛି। ଲାଗୁଛି ଆଜିର ମ୍ୟାଚ୍ ଭାରତ ସପକ୍ଷରେ ଯିବ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍।