fbpx

ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ହାସନ ମହମ୍ମଦ ଦେଶ ଛାଡ଼ିବା ବେଳେ ବିମାନବନ୍ଦରରେ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଆୱାମୀ ଲିଗ୍ ର ଯୁଗ୍ମ ସାଧାରଣ ସମ୍ପାଦକ ହାସନ ମହମ୍ମଦଙ୍କୁ ହଜରତ ଶାହ ଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଛି । ହାସନ ମହମ୍ମଦ ଦେଶ ଛାଡିବାକୁ ଚେଷ୍ଟା କରୁଥିଲେ । ବଙ୍ଗଳା ବିମାନବନ୍ଦର ସୂତ୍ରରୁ ସୂଚନା ମିଳିଛି ଯେ ମହମ୍ମଦଙ୍କୁ ମଙ୍ଗଳବାର ଅପରାହ୍ନରେ ଇମିଗ୍ରେସନ ପୋଲିସ ଅଟକ ରଖିଥିଲା । ବିମାନବନ୍ଦରରେ ଡ୍ୟୁଟିରେ ଥିବା ବାଂଲାଦେଶ ଏୟାରଲାଇନ୍ସର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ରାତି ପ୍ରାୟ ସାଢ଼େ ୮ଟାରେ ମହମ୍ମଦଙ୍କୁ ସେନାକୁ ହସ୍ତାନ୍ତର କରାଯାଇଥିଲା ।

ଏହା ପୂର୍ବରୁ ପୂର୍ବତନ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜୁନୈଦ ଅହମ୍ମଦ ପଲକଙ୍କୁ ମଧ୍ୟ ବିମାନ ବନ୍ଦରରୁ ଅଟକ ରଖାଯାଇଥିଲା । ଛାତ୍ରଛାତ୍ରୀଙ୍କ ବିରୋଧ ଓ ହିଂସାତ୍ମକ ବିକ୍ଷୋଭ ପରେ ଶେଖ୍ ହସିନା ସୋମବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶେଖ୍ ହସିନା ବାଂଲାଦେଶ ଛାଡ଼ି ଭାରତ ଆସିଥିଲେ ।

Get real time updates directly on you device, subscribe now.