fbpx

ବାଂଲାଦେଶର ପୂର୍ବତନ ଆଇନମନ୍ତ୍ରୀ ତଥା ଶେଖ୍ ହସିନାଙ୍କ ପରାମର୍ଶଦାତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ଆଇନମନ୍ତ୍ରୀ ଅନିସୁଲ ହକ୍ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଘରୋଇ ବ୍ୟବସାୟ ଓ ନିବେଶ ପରାମର୍ଶଦାତା ସଲମାନ ଏଫ୍ ରେହମାନଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଢାକାର ନ୍ୟୁମାର୍କେଟ ଅଞ୍ଚଳର ଜଣେ ଦୋକାନୀ ଶାହାଜାହାନ ଅଲ୍ଲୀହତ୍ୟା ମାମଲାରେ ଉଭୟଙ୍କୁ ବୁଧବାର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା ।

ତାଙ୍କୁ ୧୦ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ପୋଲିସ କୋର୍ଟରୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ଜୁଲାଇ ୧୬ ତାରିଖରେ ଶାହାଜାହାନ ଅଲ୍ଲୀଙ୍କ ମା’ ଆୟେଶା ବେଗମ୍ ଏହି ମାମଲାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.