fbpx

SBI ସମେତ ଏହି ବ୍ୟାଙ୍କଗୁଡିକ ବନ୍ଦ କଲା ଲକ୍ଷାଧିକ ଗ୍ରାହକଙ୍କ ଆକାଉଣ୍ଟ, ଲିଷ୍ଟରେ ନାହିଁ ତ ଆପଣଙ୍କ…

ନୂଆଦିଲ୍ଲୀ: ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ବି ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଛି ବ୍ୟାଙ୍କ, ଯେଉଁଥିପାଇଁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । କୁହାଯାଉଛି ଯେ, କେବଳ ଏସବିଆଇ ୬୦,୦୦୦ରୁ ଅଧିକ ଆକାଉଣ୍ଟ ବନ୍ଦ କରିଛି । ଏହି ଆକାଉଣ୍ଟକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ବନ୍ଦ କରିଦିଆଯାଇଛି ।

ଖବର ମୁତାବକ, କରେଣ୍ଟ ଆକାଉଣ୍ଟ ହେବାରୁ ଛୋଟ ବ୍ୟବସାୟୀ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଗ୍ରାହକମାନେ ଅନ୍ୟ ବ୍ୟାଙ୍କରୁ ଲୋନ୍ ନେଇଛନ୍ତି, ତେବେ ସେମାନେ ଆକ୍ଟିଭ ଆକାଉଣ୍ଟକୁ ଖୋଲିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ନିୟମ…

କାହିଁକି ବନ୍ଦ ହେଲା ଆକାଉଣ୍ଟ
ଆରବିଆଇର ଏହି ନିୟମର ଉଦ୍ଦେଶ୍ୟ ହେଉଛି କି, ଟଙ୍କା ଫ୍ଲୋ ଉପରେ ନଜର ରଖିବା ଏବଂ ପାଣ୍ଠିର ଅପବ୍ୟବହାର ଉପରେ ଯାଞ୍ଚ କରିବା । ଆରବିଆଇ କହିଛି ଯେ ନୂଆ ଗାଇଡଲାଇନ ଅନୁସାରେ, ଲୋନ ନେଇଥିବା ଲୋକମାନେ ଅନେକ ବ୍ୟାଙ୍କରେ ଆକ୍ଟିଭ୍ ଆକାଉଣ୍ଟ ଖୋଲି ପାଣ୍ଠିର ଅପବ୍ୟବହାର କରୁଛନ୍ତି । ଏହି କାରଣରୁ ବ୍ୟାଙ୍କ ସେହି ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

ତେବେ ଗ୍ରାହକଙ୍କୁ ଇମେଲ ଏବଂ ମେସେଜ୍ ପଠାଇ ବ୍ୟାଙ୍କ ଏ ବିଷୟରେ ସୂଚନା ଦେଇଛି । ଗ୍ରାହକଙ୍କୁ ପଠାଯାଇଥିବା ଚିଠିରେ ଏସବିଆଇ କହିଛି ଯେ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ତୁମର ଆକ୍ଟିଭ ଆକାଉଣ୍ଟ ବନ୍ଦ କରାଯାଉଛି । ଆପଣ ଆମ ବ୍ରାଞ୍ଚରେ ଟଙ୍କା, କ୍ରେଡିଟ୍ ଏବଂ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ୩୦ ଦିନ ମଧ୍ୟରେ ତୁମର କରେଣ୍ଟ ଆକାଉଣ୍ଟ୍ ବନ୍ଦ କରିବାକୁ ବ୍ୟବସ୍ଥା କର ବୋଲି ବ୍ୟାଙ୍କ ତରଫରୁ କୁହାଯାଉଛି ।

Get real time updates directly on you device, subscribe now.