fbpx

ବିବାହ ପରେ ବରର ସାଙ୍ଗ ଖୋଲିବାକୁ ପଡ଼ିଲା କନ୍ୟାର ପୋଷାକ, ଜାଣନ୍ତୁ କ’ଣ ରହିଥିଲା କାରଣ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ କିଛି ଦେଶରେ ଏପରି ମଜାଳିଆ ପରମ୍ପରା ରହିଥିବା ଦେଖିବାକୁ ମିଳିଥାଏ । ବିବାହ ପରେ ବରଙ୍କ ସାଙ୍ଗ ଖୋଲିଥାନ୍ତି କନ୍ୟାଙ୍କ ପୋଷାକ । ମାତ୍ର ଏଥିପାଇଁ କନ୍ୟାଜଣକ କୌଣସି ବିରୋଧ କରିନଥାନ୍ତି । ଚୀନରେ ଏପରି ଅଜବ ପରମ୍ପରା ରହିଛି । ବରଙ୍କ ସାଙ୍ଗ କପଡ଼ା ଖୋଲିବାକୁ ଚେଷ୍ଟା କରୁଥିବା ବେଳେ କନ୍ୟାଙ୍କ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତି । ଏହି କଥାକୁ ପ୍ରଥମେ ଶୁଣିବା ପରେ ଯେ କେହି ଆଚମ୍ବିତ ହୋଇଯିବ ।

ତେବେ ଏହି ପରମ୍ପରା ଅନୁଯାୟୀ, ଯଦି ବରଙ୍କ ସାଙ୍ଗ କପଡ଼ା ଖୋଲିବାରେ ସଫଳ ହୋଇଯାନ୍ତି, ବରଙ୍କୁ ବିଜେତା କୁହାଯାଇଥାଏ । ଅପରପକ୍ଷେ ଯଦି କନ୍ୟାଙ୍କ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାରେ ସଫଳ ହୁଅନ୍ତି, ତେବେ କନ୍ୟାଙ୍କୁ ବିଜେତା କୁହାଯାଏ । ଏଥିସହ ନବବିବାହିତା ଦମ୍ପତି ଖେଳିବା ବାହାନାରେ କମ୍ବଳରେ ଶୋଇ ସୁହାଗରାତିର ଅଭିନୟ କରିଥାନ୍ତି । ଅତିଥିମାନେ କନ୍ୟାଙ୍କ ସହ କିସ୍ କରିବା, ରଙ୍ଗ ଫୋପାଡ଼ିବା, କପଡ଼ା ଉତାରିବା ଆଦି କାର୍ଯ୍ୟ କରିଥାନ୍ତି । କେବଳ ଚୀନରେ ପରମ୍ପରାର ଦ୍ୱାହି ଦେଇ ଏପରି ଅନେକ ଖେଳ ଖେଳାଯାଇଥାଏ ।

ଗତ ୨୦୧୮ ମସିହାରେ ଚୀନରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା, ଯେଉଁଥିରେ ଜଣେ ୨୪ ବର୍ଷୀୟ ବରଙ୍କ ଦେହରେ ଅନ୍ତବସ୍ତ୍ର ବ୍ୟତୀତ ଅନ୍ୟ କୌଣସି ପୋଷାକ ନଥିଲା । ତେବେ ଏହି ସମୟରେ ଯୁବକ ଜଣଙ୍କ ନିଜ ସାଙ୍ଗଠାରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ସମୟର ହଠାତ୍ ଏକ କାର ସହ ଧକ୍କା ହୋଇଯାଇଥିଲେ । ତେବେ ପୃଥିବୀର ବିଭିନ୍ନ ଦେଶ ଏହି ପରମ୍ପରାକୁ ନେଇ ବିରୋଧ କରିବା ପରେ ବର୍ତ୍ତମାନ ଏହି ଖେଳକୁ ନିଷେଧ କରାଯାଇଛି । ବିବାହ ପରେ ବର ବା କନ୍ୟାଙ୍କ କପଡ଼ା ଉତାରିବା, ବାନ୍ଧିବା ସହ ଅନ୍ୟ କୌଣସି କାର୍ଯ୍ୟ ବଳପୂର୍ବକ ନ କରିବାକୁ ନୋଟିସ୍ ଜାରି କରାଯାଇଛି । ଏହାଛଡ଼ା ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିମାନେ ବରକନ୍ୟାଙ୍କୁ ଜବରଦସ୍ତ କିସ ନକରିବାକୁ ନୋଟିସରେ ମଧ୍ୟ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.