fbpx

ମମତା ସରକାରଙ୍କୁ ହାଇକୋର୍ଟର ଶକ୍ତ ଝଟକା, ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ

କୋଲକାତା : ପଶ୍ଚିମବଙ୍ଗର ମମତା ସରକାରଙ୍କୁ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା। ସରକାରୀ ଚାକିରିରେ ଦୁର୍ନୀତି ଅଭିଯୋଗରେ ଗିରଫ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟତର ସହଯୋଗୀ ରାଖଲ ବେରାଙ୍କୁ ତତ୍କାଳ ମୁକ୍ତ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ଉଚ୍ଚ ନ୍ୟାୟାଳୟ ମମତା ବାନାର୍ଜୀ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ବେରାଙ୍କ ବିରୋଧରେ ଯେମିତି ଆଗାମୀ ଦିନରେ କୌଣସି ଏଫଆଇଆର ରୁଜୁ ନହୁଏ।

 

ଯଦି ବେରାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଏଥିପାଇଁ ଅଦାଲତର ଅନୁମତି ନେବାକୁ ପଡିବ। ହାଇକୋର୍ଟଙ୍କ ବିନା ଅନୁମତିରେ କିଛି ପଦକ୍ଷେପ ନେଇ ପାରିବେ ନାହିଁ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା। ସେ ସର୍ବଦା ଟିଏମସି ସରକାରର ଟାର୍ଗେଟରେ ରହି ଆସିଛନ୍ତି। ସମୟ ଥିଲା ମମତା ବାନାର୍ଜୀଙ୍କ ସବୁଠୁ ଘନିଷ୍ଠ ଥିବା ଶୁଭେନ୍ଦୁ ନନ୍ଦିଗ୍ରାମ ବିଧାନସଭା ଆସନରେ ନିର୍ବାଚନ ଲଢି ମମତା ବାନାର୍ଜୀଙ୍କୁ ହରାଇଥିଲେ।

ଜୁନ ମାସରେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପୋଲିସ ସଜିତ ଡେ ନାମକ ଜଣେ ବ୍ୟକ୍ତିଙ୍କ ଏଫଆଇଆର ଆଧାରରେ ରାଖଲ ବେରାଙ୍କୁ ଗିରଫ କରିଥିଲା। ଡେ ନିଜର ଅଭିଯୋଗରେ ରାଖଲ ବେରା ଓ ଅନ୍ୟ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ, ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଠକାମୀ କରାଯାଇଛି। ତାଙ୍କୁ ଜଳସେଚନ  ବିଭାଗରେ ଚାକିରି ଦେବା ପାଇଁ କୁହାଯାଇଥିଲା। ଅଭିଯୋଗ ଏହା ମଧ୍ୟ ହୋଇଥିଲା ଯେ, ରାଖଲ ବେରା କୋଲକାତାର ଏକ ସୋସାଇଟିରେ  ସ୍ଥିତ ଫ୍ଲାଟରେ ଶିବିରର ଆୟୋଜନ କରିଥିଲେ। ଏଥିରେ ଲୋକଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ୨୦୧୯ ଜୁଲାଇର ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏହି ଶିବିରର ଆୟୋଜନ ହୋଇଥିଲା।

Get real time updates directly on you device, subscribe now.