fbpx

ଡିସେମ୍ବରରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ: ଏବେଠାରୁ ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଡିସେମ୍ବର ସହିତ ବର୍ଷର ଶେଷ ମଧ୍ୟ ହୋଇଯିବ । ପ୍ରତି ମାସ ପରି ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଡିସେମ୍ବରର ଛୁଟି ତାଲିକା ପ୍ରକାଶ ପାଇଛି । ନୂଆବର୍ଷର ଉତ୍ସବ ସହିତ କିଷ୍ଟ୍ରମାସ ଆଦି ସମସ୍ତ ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଯଦି ଡିସେମ୍ବରରେ ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ଆଜିଠାରୁ ପ୍ଲାନ୍ ପ୍ରସ୍ତୁତ କରି ସାରିଦିଅନ୍ତୁ । ଡିସେମ୍ବରରେ ମୋଟ ୧୩ ଦିନ ବ୍ୟାଙ୍କ ଛୁଟି ରହିବ ।

୧୩ ଦିନ ଛୁଟିରେ ପ୍ରତି ମାସ ପରି ସାପ୍ତାହିକ ଭାବରେ ଶନିବାର ଓ ରବିବାର ସାମିଲ ରହିଛି । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, ବ୍ୟାଙ୍କ ସମସ୍ତ ସାର୍ବଜନୀକ ଛୁଟିରେ ବନ୍ଦ ରହିବ । ଅବଶ୍ୟ ବିଭିନ୍ନ ଅଞ୍ଚଳ ପାଇଁ ଅଲଗା ଅଲଗା ଛୁଟି ରହିଛି । ନିଜ ଅଞ୍ଚଳ ପାଇଁ ଛୁଟି ଘୋଷଣା କରିବ ରାଜ୍ୟ । ଆସନ୍ତୁ ଦେଖିବା ଛୁଟି ଲିଷ୍ଟ…

ଡିସେମ୍ବର ୩: (ଶନିବାର)- ସେଣ୍ଟ୍‌ ଜାଭିୟର ଫିଷ୍ଟ୍‌- ଗୋଆରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୪: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୦: (ଶନିବାର)- ଦ୍ୱିତୀୟ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୧: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୨: (ସୋମବାର)- Pa Togan Nengminja Sangma- ମେଘାଳୟରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୮: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୧୯: (ସୋମବାର)- ଗୋଆ ଲିବରେସନ୍‌-ଡେ’- ଗୋଆରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୪: (ଶନିବାର)- ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୫: (ରବିବାର)- ସାରା ଦେଶରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୬: (ସୋମବାର)- ଖ୍ରୀଷ୍ଟମାସ୍‌, ଲାସୁଙ୍ଗ, ନାମସୁଙ୍ଗ- ମିଜୋରାମ, ସିକ୍କିମ୍‌, ମେଘାଳୟରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୨୯: (ଗୁରୁବାର)- ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜନ୍ମଦିନ- ଚଣ୍ଡୀଗଡ଼ରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୩୦: (ଶୁକ୍ରବାର)- U Kiang Nangbah- ମେଘାଳୟରେ ବ୍ୟାଙ୍କ ବନ୍ଦ
ଡିସେମ୍ବର ୩୧: (ଶନିବାର)- ନୂଆ ବର୍ଷର ପୂର୍ବ ସନ୍ଧ୍ୟା- ମିଜୋରାମ ସମେତ ଅଲଗା ଅଲଗା ସ୍ଥାନରେ ବ୍ୟାଙ୍କ ବନ୍ଦ ।

Get real time updates directly on you device, subscribe now.