fbpx

ବାହାଘର ସିଜନ ପାଇଁ ଆସିଲା ଖୁସି ଖବର, ପୁଣି ଶସ୍ତା ହେଲା ସୁନା ରୂପା ଦର

ନୂଆଦିଲ୍ଲୀ: ପୂର୍ବ ତିନିମାସ ଧରି ସୁନା-ଚାନ୍ଦୀ ଦର ୩ହଜାର ଟଙ୍କା ବଢିବାରେ ଲାଗିଛି । ଗତକାଲି ଚାନ୍ଦୀ ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା । ହେଲେ ଆଜି ପୁଣି ସୁନାଦର କମିବା ଦେଖା ଦେଇଛି । ଶୁକ୍ରବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସହିତ ବଣିଆ ବଜାରରେ ମଧ୍ୟ ସୁନା-ଚାନ୍ଦି ଦର କମିଛି । ରୁଷ-ୟୁକ୍ରେନ ଯୁଦ୍ଧ କ୍ରମଶଃ ଲାଗିବା ପରଠାରୁ ମୂଲ୍ୟବାନ ଗହଣାର ଦର ବଢିବାରେ ଲାଗିଛି । ପ୍ରଥମେ ଏହା ବଢି ସୁନା ୧୦ଗ୍ରାମ ପ୍ରତି ୫୫ହଜାର ଟଙ୍କା ହୋଇଯାଇଥିଲା । ସେପରି ୨୦୨୦ ମସିହାରେ ସୁନାଦର ୫୬ହଜାର ରହିଥିଲା ।

ସାଧାରଣତଃ ଲୋକେ ଭାବୁଥିଲେ ବିବାହ ସିଜନରେ ସୁନା ଦର ବଢି ରେକର୍ଡ ସୃଷ୍ଟି କରିବ । ହେଲେ ତାହା ଏବେ ସମ୍ପୂର୍ଣ୍ଣ ବିପରୀତ ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ଗୋଲ୍ଡ ଫ୍ୟୁଚରର ଦର ୪୧ଟଙ୍କା କମି ୫୨ହଜାର ୬ଶହ ୩୦ଟଙ୍କା ପ୍ରତି ୧୦ଗ୍ରାମରେ ରହିଛି । ସେହିପରି ଚାନ୍ଦି କିଲୋଗ୍ରାମ ହିସାବରେ ୧୪୧ ଟଙ୍କା କମି ୬୧,୮୪୬ ଟଙ୍କା ରହିଛି ।

ଏହାପୂର୍ବରୁ ସୁନା ୫୨,୬୭୧ଟଙ୍କା ରହିବା ବେଳେ ଚାନ୍ଦୀ ୬୧,୯୯୩ ଟଙ୍କା ରହିଥିଲା । ସେହିପରି ବର୍ତ୍ତମାନ ୨୪ କ୍ୟାରେଟ ସୁନାରେ ୪୧ଟଙ୍କା କମି ୫୨,୬୬୨ଟଙ୍କା ପ୍ରତି ୧୦ଗ୍ରାମରେ ସ୍ଥଗିତ ରହିଛି । ସେହିପରି ୯୯୯ପିୟୋରିଟି ଚାନ୍ଦୀର ଦର ୬୧,୭୭୭ ଟଙ୍କା ରହିଛି । ୨୩ କ୍ୟାରେଟ ସୁନାର ଦର ୫୨,୪୫୧ଟଙ୍କା ରହିଛି । ୨୨କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୪୮,୨୩୮ଟଙ୍କା ରହିଛି । ତେବେ ସର୍ବନିମ୍ନ ୧୮କ୍ୟାରେଟ ସୁନାର ଦର ୩୯,୪୯୭ ଟଙ୍କା ରହିଛି ।

Get real time updates directly on you device, subscribe now.