fbpx

ପ୍ରଥମ ଦିନିକିଆରେ ଭାରତକୁ ୭ ଉଇକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଭାରତ ବିପକ୍ଷ ଦିନିକିଆ ସିରିଜ ବିଜୟ ସହିତ ଆରମ୍ଭ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୭ ଉଇକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଆଗୁଆ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍ ଆୟରଙ୍କ(୮୦), ଶିଖର ଧାୱନଙ୍କ ୭୨ ଏବଂ ଶୁଭମନ ଗିଲ୍‌ଙ୍କ ୫୦ ବଳରେ ନ୍ୟୁଜିଲାଣ୍ଡ ଆଗରେ ୩୦୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡର ଟମ୍ ଲାଥାମ ଏବଂ କେନ୍ ଉଇଲିୟମସନ୍‌ଙ୍କ ଦମଦାର ପାଳି ସାହାଯ୍ୟରେ ୧୭ ବଲ୍ ବାକି ଥାଇ ମ୍ୟାଚ୍‌କୁ ଜିତି ନେଇଥିଲା ।

୩୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫ରନ୍‌ରେ ପ୍ରଥମ ଉଇକେଟ୍ ହରାଇଥିଲା । ଫିନ୍ ଏଲେନ୍ ୨୫ ବଲ୍‌ରେ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଡେଭନ୍ କନୱେ ଓ ଅଧିନାୟକ କେନ୍ ଉଇଲିୟମସନ୍‌ଙ୍କ ସହିତ କ୍ରିଜରେ କିଛି ସମୟ ରହି ୪୨ ବଲ୍‌ରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଡାରୀ ମିଚେଲ୍ ମଧ୍ୟ ୧୧ ରନ୍ କରି ସଅଳ ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହାପରେ ଟମ୍ ଲାଥାମ ଏବଂ କେନ୍ ଉଇଲିୟମସନ୍‌ ୨୦୦ ରୁ ଅଧିକ ରନ୍‌ର ପାର୍ଟନରସିପ ବଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆ ଜିତାଇଥିଲେ ।

ନ୍ୟୂଜିଲଣ୍ଡ ପାଇଁ ଟମ୍ ଲାଥାମ୍ ୧୦୪ ବଲ୍‌ରେ ୧୯ ଚୌକା ଏବଂ ୫ ଛକ୍କା ସହିତ ୧୪୫ ରନ୍‌ର ବିଜୟୀ ଇଂନିସ୍ ଖେଳିଥିଲେ । ଅନ୍ୟପଟେ ଅଧିନାୟକ ଉଇଲିୟମସନ୍‌ ୯୪ ରନ୍ କରି ଅପରାଜିତ ରହିଥିଲେ ।

Get real time updates directly on you device, subscribe now.