fbpx

SBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? SCO ପଦବୀ ପାଇଁ ମାସିକ ୬୩,୮୪୦ ଦରମା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI)ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀମାନେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଆବେଦନ କରିପାରିବେ । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୬୫

ମ୍ୟାନେଜର : ୬୪
ସର୍କଲ ଆଡଭାଇଜର : ୧

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : କୌଣସି ସରକାରୀ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ। ଏହାସହିତ ଏମବିଏ କରିଥିଲେ ମଧ୍ୟ ଚଳିବ।

ବୟସ ସୀମା :ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୫ ବର୍ଷରୁ ୨୮ ବର୍ଷ ହେବା ଜରୁରୀ। ସେହିପରି ସର୍କଲ ଆଡଭାଇଜର ପଦବୀ ପାଇଁ ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୬୨ ବର୍ଷ ହେବା ଜରୁରୀ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୬୩,୮୪୦ ଟଙ୍କା ମିଳିବ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟ ଏବଂ ଇଣ୍ଟରସେକ୍ସନ ଆଧାରରେ ହେବ। ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କିଛି ପଦବୀ ପାଇଁ ୧୦୦ ମାର୍କର ଇଣ୍ଟରଭ୍ୟୁ ଦେବାକୁ ପଡିବ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି/ ଜନଜାତି/PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

Get real time updates directly on you device, subscribe now.