fbpx

ପରୀକ୍ଷା ନୁହେଁ, ଇଣ୍ଟରଭ୍ୟୁରୁ ପାଇବେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି, ଏପରିି କରନ୍ତୁ ଆବେଦନ

ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନେକ ପଦବୀରେ ନିଯୁକ୍ତି ସୁଯୋଗ । ଦଶମ ପାସ୍ ଠାରୁ ସ୍ନାତକ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକରେ ଆବେଦନ କରିବାକୁ ମାତ୍ର କିଛି ଘଣ୍ଟା ବାକି ଅଛି । ତେବେ ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ୧୬ ଅଗଷ୍ଟ ୨୦୨୦ ସ୍ଥିର ହୋଇଛି । ଯଦି ଆପଣ ମଧ୍ୟ ଏହି ପଦବୀରେ କାର୍ଯ୍ୟ କରିବାକୁ ଇଚ୍ଛୁକ, ତେବେ ଶୀଘ୍ର ଆବେଦନ କରନ୍ତୁ ।

ପୋଷ୍ଟ ସଂଖ୍ୟା :-
ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଯୁକ୍ତି ୨୦୨୦ ଅଧୀନରେ ୧୪ ଅଧିକାରୀ ଓ ୧୪ କିରାଣୀ ବା କ୍ଲର୍କ ପାଇଁ ନିଯୁକ୍ତି ବାହାରିଛି ।

ଶିକ୍ଷାଗତ ଯୋଗ୍ୟତା :-

ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଫିସର୍ ପଦ ପାଇଁ ଆବେଦନ କରୁଥିବା ଯୁବକମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରିମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏହା ବ୍ୟତୀତ, ଏ, ବି ଏବଂ ସି ବର୍ଗରେ କ୍ରୀଡା ଇଭେଣ୍ଟ / ଚାମ୍ପିଅନସିପ୍ ରହିବା ମଧ୍ୟ ଆବଶ୍ୟକ । ଏଥି ସହିତ, କିରାଣୀ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଡି ବର୍ଗରେ ଦଶମ ପାସ୍ ସାର୍ଟିଫିକେଟ୍ ଏବଂ କ୍ରୀଡା ଇଭେଣ୍ଟ / ଚାମ୍ପିଅନସିପ୍ ରହିବା ଜରୁରୀ ।

ବୟସ :-
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ :-

ଏସସି/ଏସଟି/ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦ ଟଙ୍କା ରହିଛି । ଏଥି ସହିତ, ଅନ୍ୟ ସମସ୍ତ ଶ୍ରେଣୀର ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।

ଦରମା କେତେ ପାଇବ?

-ଅଫିସର ପଦରେ ମନୋନୀତ ପ୍ରାର୍ଥୀମାନେ ମାସକୁ ୨୩୭୦୦ ରୁ ୪୨୦୨୦ ଟଙ୍କା ପାଇବେ ।

-କିରାଣୀ ପଦବୀରେ ମନୋନୀତ ପ୍ରାର୍ଥୀମାନେ ମାସକୁ ୧୧୭୬୫ ରୁ ୩୧୫୪୦ ଟଙ୍କା ପାଇବେ ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୬ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.