fbpx

Bank Robbery: ୬୯ ବର୍ଷର ବୃଦ୍ଧ ବ୍ୟାଙ୍କ ଡକାୟତିରୁ ବଞ୍ଚାଇ ଦେଲେ, ସରେଣ୍ଡର କରିବାକୁ ବାଧ୍ୟ ହେଲା ଚୋର

ନୂଆଦିଲ୍ଲୀ : ଅନେକ ଥର ବନ୍ଧୁକ ମୁନରେ ବ୍ୟାଙ୍କ ଡକାୟତି ହୋଇଥିବା ଘଟଣା ବିଷୟରେ ଶୁଣିଥିବେ ବା ଖବରକାଗଜରୁ ପଢିଥିବେ ନିଶ୍ଚୟ । ଗତ କିଛି ଦିନ ମଧ୍ୟରେ ବ୍ୟାଙ୍କ ଡକାୟତି ଘଟଣା ପ୍ରବଳ ମାତ୍ରାରେ ବଢିଯାଇଛି । ଖାଲି ବ୍ୟାଙ୍କ ହକାୟତି ନୁହେଁ, ସୁନା ଅଳଙ୍କାର ଦୋକନରୁ ଲୁଟପାଟ ହେଉଛି । ନିକଟରେ ଯାଜପୁର ରୋଡ୍ ସ୍ଥିତ ସେନ୍କୋ ଜୁଏଲେରୀରୁ କୋଟି କୋଟି ଟଙ୍କାର ସୁନା ହୀରା ଅଳଙ୍କାର ଚୋରି ହୋଇଥିଲା । ତାହା ପୂର୍ବରୁ ବାଲେଶ୍ୱରର ଏକ ବ୍ୟାଙ୍କ ମଧ୍ୟ ଚୋରି ହୋଇଥିଲା । ହେଲେ କେହି କରିପାରନ୍ତି ନାହିଁ । ଡକାୟତି ବେଳେ କାହାର ସାହାସ ହୁଏ ଅଟକାଇବାକୁ ବା ସେମାନଙ୍କୁ ସାମ୍ନାକୁ କରିବାକୁ । ସମସ୍ତେ ଭୟବୀତ ଅବସ୍ଥାରେ ହାତ ଟେକି ଦିଅନ୍ତି । କିନ୍ତୁ ଏଠି ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ଜଣେ ୬୯ ବର୍ଷୀୟ ବୃଦ୍ଧ ଡକାୟତକୁ ଅଟକାଇବାରେ ସଫଳ ହୋଇଛନ୍ତି । ଖାଲି ଅଟକାଇ ନାହାଁନ୍ତି ତ, ତାକୁ ସରେଣ୍ଡର କରିବାକୁ ବାଧ୍ୟ କରିଥିଲେ ।

ଆମେରିକାର କାଲିଫର୍ନିଆରୁ ବ୍ୟାଙ୍କ ଡକାୟତିର ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡକାୟତି ହୋଇପାରିବ ନାହିଁ ଏବଂ ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତି ଡକାୟତି କରିବାକୁ ଆସିଥିବା ଚୋରକୁ ଏପରି ଭାବରେ ଅଟକାଇ ଦେଇଛନ୍ତି ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ।

ବାସ୍ତବରେ, ଏହି ଘଟଣା ଆମେରିକାର କାଲିଫର୍ନିଆର ଘଟିଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୬୯ ବର୍ଷିୟ ମାଇକେଲ ଆର୍ମାସ୍ ଜଣେ ଗ୍ରାହକ ଏବଂ ସେ କିଛି କାମ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ଦେଖିଲେ ଜଣେ ମୁଖା ପିନ୍ଧିଥିବା ସନ୍ଦିଗ୍ଧ ବ୍ୟକ୍ତି କ୍ୟାସ କାଉଣ୍ଟରରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ତାଙ୍କ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି। ଯଦି ଟଙ୍କା ନ ଦିଅ, ତେବେ ବିସ୍ଫୋରଣ କରିବ ବୋଲି ଡକାୟତି ଧମକ ଦେଉଥିଲା । କେବଳ ଏହା ଶୁଣି ବୃଦ୍ଧ ଜଣଙ୍କ ବୁଝିଯାଇଥିଲେ ଯେ ଏହି ବ୍ୟକ୍ତି ବ୍ୟାଙ୍କ ଲୁଟିବାକୁ ଆସିଛନ୍ତି।

ଏହା ପରେ ସଙ୍ଗେ ସଙ୍ଗେ ବୃଦ୍ଧ ଜଣଙ୍କ ତାଙ୍କ ପାଖରେ ପହଞ୍ଚି ହାତ ମିଳାଇଥିଲେ । ଡକାୟତି କିଛି ବୁଝିବା ପୂର୍ବରୁ ତାଙ୍କୁ ସେ ବୃଦ୍ଧା ଆଲିଙ୍ଗନ କରିଥିଲେ । ଡକାୟତି କିଛି ବୁଝିପାରିନଥିଲେ । ସେ ପ୍ରଶ୍ନ କରିଥିଲେ କିଏ ଆପଣ ? ବୃଦ୍ଧ ଜଣଙ୍କ ତାଙ୍କ ପଡୋଶୀ ବୋଲି ପରିଚୟ ଦେଇଥିଲେ । ଏହା ପରେ ବୃଦ୍ଧ ତାଙ୍କ ବାର୍ତ୍ତାଳପ କରିବାରେ ଲାଗି ପଡିଥିଲେ ଏବଂ ତାଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ଏହା ପରେ ନିଜର ଅଭାବ ବିଷୟରେ କହି ଡାକୟତକୁ କିଛି ଟଙ୍କା ମାଗିଥିଲେ ବା ସାହାର୍ଯ୍ୟ ମାଗିଥିଲେ । ଏହି ବାର୍ତ୍ତାଳାପ ଦୀର୍ଘ ସମୟ ଧରି ଚାଲିଥିଲା, ସେପଟେ ବ୍ୟାଙ୍କ କର୍ମଚାରୀମାନେ ବୁଝିସାରିଥିଲେ ଏବଂ ଫୋନ୍ କରି ପୋଲିସକୁ ଡାକିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ପାଖରେ ସରେଣ୍ଡର କରିବାକୁ ପଡିଥିଲା । ଡାକୟତକୁ ପୋଲିସ ଗିରଫ କରିଥିଲା ।

ଏସବୁ ଏତେ ସହଜ ନଥିଲା କିନ୍ତୁ ୬୯ ବର୍ଷ ବୟସ୍କ ବ୍ୟକ୍ତି ଏହାକୁ କରି ଦେଖାଇଲେ । ଯେତେବେଳେ ତାଙ୍କୁ ପଚରାଗଲା ସେ ଏତେ ବଡ ବିପଦ କାହିଁକି ନେଲେ, ସେ ଉତ୍ତରରେ କହିଥିଲେ ଯେ ପ୍ରେମ ଏବଂ ଦୟାରେ ସବୁକିଛି କରାଯାଇପାରିବ । ବୃଦ୍ଧ ଜଣକ ତାଙ୍କୁ ଜେଲରେ ଭେଟିବାକୁ ଯିବେ ବୋଲି ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.