fbpx

ଆଜିଠୁ ବଦଳିଲା ବ୍ୟାଙ୍କର ବଡ଼ ନିୟମ! ଏଣିକି ୧୦ ହଜାରରୁ ଅଧିକ ଟଙ୍କା ଜମା କଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ଆଜିଠାରୁ ନୂଆବର୍ଷ ଆରମ୍ଭ ହୋଇଛି । ଏହା ସହିତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଗ୍ରାହକମାନଙ୍କୁ ଶକ୍ତ ଝଟକା ଲାଗିଛି । ଆଜିଠାରୁ ଏହି ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ଏକ ଲିମିଟରୁ କ୍ୟାସ ଉଠାଇବା ଓ ଜମା କରିବା ଉପରେ ଚାର୍ଜ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଆଇପିପିବିରେ ୩ଟି ପ୍ରକାରର ସେଭିଂ ଆକାଉଣ୍ଟ ଖୋଲାଯାଉଛି । ଏହି ବ୍ୟାଙ୍କରେ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବେସିକ୍ ସେଭିଂ ଆକାଉଣ୍ଟରୁ ପ୍ରତି ମାସରେ ୪ ଥର କ୍ୟାସ ଉଠାଇବା ମାଗଣା । କିନ୍ତୁ ଆଜିଠାରୁ ପ୍ରତିଥର ଉଠାଇବା ଉପରେ ଗ୍ରାହକଙ୍କୁ ୨୫ ପଇସା ଦେବାକୁ ପଡିବ । ସେଭିଂ ଆକାଉଣ୍ଟରେ ଟଙ୍କା ଜମା କରିବାରେ କୌଣସି ଚାର୍ଜ ଲାଗିବ ନାହିଁ ।

ଏହି ବ୍ୟାଙ୍କରେ ସେଭିଂ ଓ କରେଣ୍ଟ ଆକାଉଣ୍ଟରେ ମାସକୁ ୧୦ ହଜାର ଟଙ୍କା ଜମା କରିବା ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ବ୍ୟାଙ୍କ କହିଛି ଯେ, ଏହି ଲିମିଟରୁ ଅଧିକ ଡିପୋଜିଟ୍ କରିବା ବ୍ୟାଙ୍କ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ବେସିକ ସେଭିଂ ଆକାଉଣ୍ଟ ବ୍ୟତୀତ ଅନ୍ୟ ସେଭିଂ ଆକାଉଣ୍ଟ ଓ କରେଣ୍ଟ ଆକାଉଣ୍ଟରୁ ପ୍ରତି ମାସରେ ୨୫ ହଜାର ଟଙ୍କା କାଢ଼ିଲେ କୌଣସି ଚାର୍ଜ ଲାଗିବ ନାହିଁ । ଅନ୍ୟପଟେ ମାଗଣା ଲିମିଟ ପରେ ପ୍ରତିଥର ଟଙ୍କା ଉଠାଇଲେ ଅତି କମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ ।

Get real time updates directly on you device, subscribe now.