fbpx

୧ ଜାନୁଆରୀରୁ ବଦଳିଯିବ ବ୍ୟାଙ୍କ ସହ ଜଡିତ ଏହି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ

AAKASH

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଲକର ନେଇଛନ୍ତି କିମ୍ବା ନେବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପରବର୍ତ୍ତୀ ବର୍ଷର ପ୍ରଥମ ତାରିଖ ଅର୍ଥାତ୍ ୧ ଜାନୁୟାରୀ ୨୦୨୩(ନୂଆ ବର୍ଷ) ଠାରୁ ଲକର ସହିତ ଜଡିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ପଡ଼ିବ ଉପଭୋକ୍ତାଙ୍କ ଉପରେ । ଏଥି ସହିତ ନୂଆ ବର୍ଷରୁ କାର କିଣିବା ମଧ୍ୟ ମହଙ୍ଗା ହେବ, କାରଣ ଅଟୋ କମ୍ପାନୀଗୁଡିକ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଯାଊଉଛନ୍ତି ।

ଏହା ବ୍ୟତୀତ, କ୍ରେଡିଟ୍ କାର୍ଡ ନିୟମ ସହିତ ଅନ୍ୟ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଆସନ୍ତା ମାସର ପ୍ରଥମରୁ ଏହି ପରିବର୍ତ୍ତନଗୁଡିକ କାର୍ଯ୍ୟକାରୀ ହେବା ବିଷୟରେ ସୂଚନା ମିଳୁଛି।

ଯେଉଁମାନେ ନୂଆ ବର୍ଷରେ କାର କିଣିବାକୁ ଯୋଜନା କରୁଛନ୍ତି, ସେମାନଙ୍କୁ ଏକ ବଡ଼ ଝଟ୍‌କା ଲାଗିବାକୁ ଯାଉଛି। ମାରୁତି ସୁଜୁକି, ହୁଣ୍ଡାଇ ମୋଟର, ଟାଟା ମୋଟର୍ସ, ମର୍ସିଡିଜ୍-ବେଞ୍ଜ୍, ଅଡି, ରୋନାଲ୍ଟ୍, କିଆ ଇଣ୍ଡିଆ ଏବଂ ଏମଜି ମୋଟର ଜାନୁୟାରୀ ପହିଲା ୨୦୨୩ରୁ କାର୍‌ ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ହୋଣ୍ଡା କାର୍‌ର ମୂଲ୍ୟ ୩୦ ହଜାର ଟଙ୍କା ବୃଦ୍ଧି କରିବ ବୋଲି ସୂଚନା ମିଳୁଛି। ଏଥି ସହିତ, ଟାଟା ମୋଟର୍ସ ତାହାର ଗାଡ଼ି ଗୁଡ଼ିକର ମୂଲ୍ୟ ୨ ଜାନୁଆରୀ ୨୦୨୩ରୁ ବୃଦ୍ଧି କରିବାକୁ ଘୋଷଣା କରିଛି।

ଯଦି ଆପଣ ବ୍ୟାଙ୍କ ଲକର ବ୍ୟବହାର କରୁଛନ୍ତି, ତେବେ ୧ ଜାନୁଆରୀ ୨୦୨୩ରୁ ଏହାର ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଜାନୁଆରୀ ପହିଲାରୁ, ବ୍ୟାଙ୍କ ଲକର ଗ୍ରାହକ ନିଶ୍ଚିତ କରିବେ ଯେ, ସେମାନେ ଏକ ନୂତନ ଲକରରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ପରି ବ୍ୟାଙ୍କ ଗ୍ରାହକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ଏସଏମଏସ ପଠାଉଛନ୍ତି। ଜାନୁୟାରୀରୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ନିୟମରେ ଏକ ବଡ ପରିବର୍ତ୍ତନ ମଧ୍ୟ ହେବାକୁ ଯାଉଛି। ଯେଉଁ ବ୍ୟବସାୟୀଙ୍କ ବାର୍ଷିକ କାରବାର ୫ କୋଟିରୁ ଅଧିକ, ସେମାନଙ୍କ ପାଇଁ ଇ-ଇନଭଏସ୍ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ ଏହାର ସୀମା ୨୦ କୋଟି ଟଙ୍କା ଥିଲା।

ଯେଉଁମାନେ ମୋବାଇଲ୍ ଫୋନ୍‌ର IMEI ନମ୍ବର ସହିତ ହେରଫେର କରୁଛନ୍ତି ସେମାନଙ୍କ ଉପରେ ସରକାର କଠୋରତା ବୃଦ୍ଧି କରିଛନ୍ତି। ପ୍ରତ୍ୟେକ ମୋବାଇଲ୍ ଫୋନ୍ ନିର୍ମାତା, ଆମଦାନୀ ଏବଂ ରପ୍ତାନି ସଂସ୍ଥା ପାଇଁ ପ୍ରତ୍ୟେକ ଫୋନର IMEI ନମ୍ବରର ପଞ୍ଜୀକରଣ ଆବଶ୍ୟକ ବାଧ୍ୟତାମୁଳକ କରାଯାଇଛି। ଏହି ନିୟମ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହା ସହିତ ବିଦେଶୀ ଯାତ୍ରୀମାନଙ୍କ ସହିତ ଆସିଥିବା ଫୋନର ପଞ୍ଚିକରଣ ମଧ୍ୟ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ପାଇଁ ନିଜସ୍ବ-ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ ହେବ। ଚୋରି ମାମଲାରେ ଏହି ପଦ୍ଧତି ଫୋନ୍ ଟ୍ରାକିଂକୁ ସହଜ କରିବ ଏବଂ ଏହାର ଚୋରା କାରବାରକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ।

ନୂଆ ବର୍ଷରେ ଶସ୍ତା ହେବ ଟିଭି ଦେଖିବା। TRAI ଟେଲିକମ୍ ସେବା ଶୁଳ୍କ ଅର୍ଡର ଏବଂ ଟେଲିକମ୍ (ବ୍ରୋଡକାଷ୍ଟିଂ ଏବଂ କେବୁଲ୍) ସେବା ଏହି ନିୟମ ଜାରି କରିଛି। ନୂତନ ନିୟମ ଅନୁଯାୟୀ, ୧୯ ଟଙ୍କାରୁ କମ୍ ମୂଲ୍ୟର ଚ୍ୟାନେଲଗୁଡିକ ଚ୍ୟାନେଲ ବୁକେରେ ଅନ୍ତର୍ଭୁକ୍ତ କରାଯିବ। ଏହା କେବୁଲ୍ ଏବଂ DTH ଗ୍ରାହକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ନୂତନ ନିୟମ ୧ ଫେବୃଆରୀ ୨୦୨୩ରୁ କାର୍ଯ୍ୟକାରୀ ହେବ।

ନୂଆ ବର୍ଷର ପ୍ରଥମ ଦିନରୁ ହିଁ କ୍ରେଡିଟ କାର୍ଡ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। HDFC ବ୍ୟାଙ୍କର କ୍ରେଡିଟ୍ କାର୍ଡର ରିଓ୍ବାର୍ଡ ପଏଣ୍ଟ ଏବଂ ଫିସ୍‌ ଷ୍ଟ୍ରକଚରକୁ ପରିବର୍ତ୍ତନ କରିବ। ବ୍ୟାଙ୍କ ଥାର୍ଡ ପାର୍ଟି ଏଜେଣ୍ଟ ମାଧ୍ୟମରେ ଆଦାୟ ଭଡ଼ା ଉପରେ ଦେୟ ପରିବର୍ତ୍ତନ କରିବ। ନୂଆ ବର୍ଷରୁ ବ୍ୟାଙ୍କ ଏହି ଉପାୟରେ ଦେୟ ପାଇଁ କାରବାରର ମୋଟ ରାଶି ଉପରେ ୧ ପ୍ରତିଶତ ଚାର୍ଜ କରିବ। ବିଭିନ୍ନ କାର୍ଡ ପାଇଁ ରିଓ୍ବାର୍ଡ ବ୍ୟବସ୍ଥା ଭିନ୍ନ ଭିନ୍ନ ହେବ। ଏଥି ସହିତ, ଏସବିଆଇ କାର୍ଡଧାରୀଙ୍କ ପାଇଁ କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି। ଜାନୁୟାରୀ ପହିଲାରୁ SBI କାର୍ଡଗୁଡ଼ିକ ତାହାର Simply CLICK କାର୍ଡଧାରୀମାନଙ୍କ ପାଇଁ କିଛି ନିୟମ ପରିବର୍ତ୍ତନ କରିଛନ୍ତି।

Get real time updates directly on you device, subscribe now.