fbpx
BJD
BJD SKY
BJD SKY

ସତ ହେବ କି ମାଳିକା ବଚନ? ଧ୍ୱସଂ ହେବ ସାଟେଲାଇଟ୍ ସିଷ୍ଟମ, ଅକାମୀ ହେବ ହେବ ଫୋନ !

ଆଉ ମାତ୍ର କିଛି ଦିନ ୨୦୨୩ ମସିହା ବା ନୂତନ ବର୍ଷ ଆରମ୍ଭ ହେବ । ଯାହାକୁ ନେଇ ପ୍ରତ୍ୟେକ ବ୍ୟକ୍ତିର ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । କିନ୍ତୁ ଏହି ୨୦୨୩ ମସିହାରେ କଣ ଘଟିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଭବିଷ୍ୟବକ୍ତାମାନେ ଏନେଇ ଭୟଙ୍କର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ତେବେ ୨୦୨୩ ମସିହାରେ ତିନି ଦିନ ତିନି ରାତି ଅନ୍ଧାର ହେବା ସହ ମାତ୍ର ୧୦ ହାଜର ମଣିଷ ବଞ୍ଚିବେ । ଏଭଳି ଭବିଷ୍ୟବାଣୀକୁ ନେଇ ଏବେ ଚର୍ଚ୍ଚା ବଢିବାର ଲାଗିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ରାଜନେତାମାନଙ୍କ ଇଚ୍ଛାରେ ଜନ୍ମହେବେ ପିଲା । କାହିଁକି ନା ବିଜ୍ଞାନ ଏଭଳି ଏକ ମେସିନ ବାହାର କରିଛି ଯେଉଁଥିରେ ପିଲା ତିଆରି ହେବେ । ମହିଳାମାନେ ଆଉ ଗର୍ଭଧାରଣ କରିବେ ନାହିଁ । ସେହି ସମୟରେ ଡାକ୍ତରମାନେ ମଣିଷଙ୍କ ଉପରେ ବିଭିନ୍ନ ପ୍ରକାର ମେଡିସିନର ପ୍ରୟୋଗ କରିବେ ଯେଉଁଥିରେ ମଣିଷ ମାନଙ୍କର ମୃତ୍ୟୁ ଘଟିବ । ବିଶ୍ୱର ଏକ ବଡ ଦେଶ ଜୈବିକ ଅସ୍ତ୍ରର ପ୍ରୟୋଗ କରିବ । ହଇଜା ଏବଂ ପ୍ଲେଗ ରୋଗର ଇଞ୍ଜକସନ୍ ଲୋକଙ୍କ ଉପରେ ପ୍ରୟୋଗ କରାଯିବ ବୋଲି ଭବିଷ୍ୟବକ୍ତା କହିଛନ୍ତି ।

ସେପଟେ ମାଳିକା କହୁଛି ଆଗକୁ ହଇଜାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ । ଏଥିସହିତ ୨୦୨୩ ମସିହାରେ ଏକ ବଡ ସୌରଝଡ ମଧ୍ୟ ଆସିବ । ଯାହା ମଣିଷ କେବେ ବି ଦେଖିନଥିବ । ଯେଉଁଥିରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର କ୍ଷତି ହେବ । ଏତତ୍ ବ୍ୟତୀତ ସବୁ ସାଟେଲାଇଟ୍ ମଧ୍ୟ ଧ୍ୱଂସ ପାଇଯିବ । ଫଳରେ କୌଣସି ଉଲେକ୍ଟ୍ରିକାଲ ଜିନିଷ କାମ କରିବ ନାହିଁ । ତେବେ ଏହିସବୁ ଘଟଣା ୨୦୨୩ ମସିହାରୁ ୨୦୨୪ ମସିହା ମଧ୍ୟରେ ଘଟିବ । ଫୋନ ସାଟେଲାଇଟ୍ ସିଷ୍ଟମ ଧ୍ୱଂସ ହେବା କାରଣରୁ ମୋବାଇଲ ବ୍ୟବହାର ବନ୍ଦ ହୋଇଯିବ । ଫଳରେ ଲୋକେ ସବୁଦିନ ପାଇଁ ଟେଲିଫୋନ ବ୍ୟବହାରକୁ ଭୁଲିଯିବେ । ଆହୁରୀ ମଧ୍ୟ କୁହାଯାଇଛି ୨୦୨୩ ମସିହାରେ ଏଲିୟନ ମାନେ ପୃଥିବୀ ଉପରେ ଆକ୍ରମଣ କରିବେ । ଯେଉଁ ସମୟରେ ୩ ଦିନ ୩ ରାତି ଅନ୍ଧାର ହେବ । ତେବେ ବାବା ଭେଙ୍ଗା ଏଭଳି ଭବିଷ୍ୟବାଣୀ କରିଛନ୍ତି । ଏପଟେ ମାଳିକା ସେପଟେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁରା ସମାନ ହୋଇଯାଉଛି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚନ୍ଦ୍ର ତାରା ଦେଖାଯିବେ ନାହିଁ । କେବଳ ୧୦ ହଜାର ଲୋକ ବଞ୍ଚିବେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ନିୟୁକ୍ଲିୟର ପାୱାରପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିବ । ଯାହା ସମଗ୍ର ଏସିଆ ମହାଦେଶର ଅଧିକାଂଶ ଅଞ୍ଚଳ କଳାବାଦଲରେ ଢାଙ୍କିହୋଇଯିବ ।

ଅନ୍ୟପକ୍ଷେ ମାଳିକା ଅନୁସାରେ ୨୦୨୫ ମସିହାରେ ୭ ଦିନ ୭ ରାତି ଅନ୍ଧକାର ହେବ । ସେପଟେ ବିଭିନ୍ନ ଦେଶ ଜୈବିକ ଅସ୍ତ୍ର ତିଆରି କରିବାରେ ଲାଗିପଡିଛନ୍ତି । ଆଗକୁ ଜୈବିକ ଅସ୍ତ୍ର ସହାୟତାରେ ଯୁଦ୍ଧ ହେବ । ସେପଟେ ୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ । କେବଳ ମାଳିକା ନୁହେଁ ବାବା ବେଙ୍ଗା ମଧ୍ୟ ୨୦୨୩ ରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି । ପ୍ରାକୃତିକ ଏବଂ କୁତ୍ରିମ ବିପର୍ଯ୍ୟୟ ୨୦୨୩ ମସିହାରେ ହେବ । ମାନବ ଜାତି ପାଇଁ ବଡ ଧ୍ୱଂସ କାରୀ ହେବ ୨୦୨୩ ମସିହା । ବାବା ଭେଙ୍ଗା ମଧ୍ୟ କହିଛନ୍ତି ମନୁଷ୍ୟ ଉପରେ ଜୈବିକ ଅସ୍ତ୍ରର ପ୍ରୟୋଗ କରାଯିବ ।

Get real time updates directly on you device, subscribe now.