fbpx
BSKY
BJD SHG SKY
BJD YOUTH SKY

ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତି, ମାତ୍ର ୫୦୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ୍

ନୁଆଦିଲ୍ଲୀ: ଦାରିଦ୍ର ସୀମାରେଖା ଏବଂ ଉଜୱାଲା ଯୋଜନାରେ ଲୋକମାନଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ରାଜସ୍ଥାନ ସରକାର । ଆସନ୍ତା ଏପ୍ରିଲ ମାସରୁ ଏହି ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୁର୍ବରୁ ରାଜ୍ୟରେ ନିର୍ବାଚନୀ ଘୋଷଣା ଆରମ୍ଭ ହୋଇଯାଇଛି ।

କଂଗ୍ରେସ ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଜେପିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । କଂଗ୍ରେସ ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଜେପିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଗେହଲଟ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ଗେହଲଟ କହିଛନ୍ତି ଯେ, “ମୁଁ ଆସନ୍ତା ମାସରେ ବଜେଟ୍ ପାଇଁ ପ୍ରସ୍ତୁତ ହେଉଛି … ବର୍ତ୍ତମାନ ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି । ଉଜ୍ଜଲା ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ଏଲପିଜି ସଂଯୋଗ ଏବଂ ଗ୍ୟାସ ଚୁଲି ଯୋଗାଉଛନ୍ତି । କିନ୍ତୁ ଲୋକଙ୍କର ସିଲିଣ୍ଡର ଖାଲି ରହିଛି । କାରଣ ବର୍ତ୍ତମାନ ଏହାର ଦାମ୍ ଏହି ହାର ବର୍ତ୍ତମାନ ₹ ୪୦୦ ରୁ ୧,୦୪୦ ମଧ୍ୟରେ ରହିଛି ବୋଲି ଗେହଲୋଟ୍ କହିଛନ୍ତି ।

Get real time updates directly on you device, subscribe now.