fbpx

ସମୁଦ୍ର ମଝିରେ ମାଛ ଆକାରର ସହର; ରହିପାରିବେ ୭୦୦୦ ଲୋକ

ବିଶ୍ୱର ଜନସଂଖ୍ୟା ୮ ବିଲିୟନ ଅତିକ୍ରମ କରିସାରିଛି । ଏପରିସ୍ଥିତିରେ ସ୍ଥଳଭାଗରେ ରହିବା ପାଇଁ ସ୍ଥାନ ହ୍ରାସ ପାଉଛି । ଏଭଳି ପରିସ୍ଥିତିରେ ଭବିଷ୍ୟତର ବିକଳ୍ପଗୁଡ଼ିକ ଉପରେ କାମ କରିବା ଆରମ୍ଭ ହୋଇଛି । ମଣିଷ ବର୍ତ୍ତମାନ ଭାସମାନ ସହରରେ ରହିବାକୁ ପ୍ରସ୍ତୁତ ହେଉଛି । ଏହି ଭାସମାନ ସହରରେ ହଜାର ହଜାର ସଂଖ୍ୟାରେ ଲୋକ ବାସ କରିପାରିବେ । ଏହି ସହରଟି ସାମୁଦ୍ରିକ ମାଛ ‘ମଣ୍ଟା ରେ’ ଆକାରର ପ୍ରସ୍ତୁତ ହେବ । ତେବେ ବର୍ତ୍ତମାନ ଏହାକୁ ନେଇ କେବଳ ଏକ କଳ୍ପନା କରାଯାଇଛି । କିନ୍ତୁ ଯଦି ଆପଣ ଏହାର ଚିତ୍ର ଦେଖନ୍ତି, ତେବେ ଏହା ଏକ କାଳ୍ପନିକ ଚଳଚ୍ଚିତ୍ରର ସହର ପରି ଦେଖାଯିବ । ଯେଉଁ ସହରରେ ୭୦୦୦ ଲୋକ ବାସ କରିପାରିବେ ।

ଯେହେତୁ ଏହା ସମୁଦ୍ର ତରଙ୍ଗ ଉପରେ ଗତି କରିବ, ଏଠାରେ ଗବେଷଣା ଏବଂ ଅନୁସନ୍ଧାନ ମଧ୍ୟ କରାଯାଇପାରିବ । ଫ୍ରାନ୍ସର ଆର୍କିଟେକ୍ଟ ଜ୍ୟାକ୍ ରୋଗେରି କହିଛନ୍ତି ଯେ ସେ ମେରାଇନ୍ ସିଟିକୁ ‘ମଣ୍ଟା ରେ’ର ଡିଜାଇନ୍ ଦେଇଛନ୍ତି । ଏହା ସେହି ଲୋକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି ଯେଉଁମାନେ ସମୁଦ୍ରର ଗଭୀର ରହସ୍ୟକୁ ବିଶ୍ୱରେ ପ୍ରକାଶ କରିବାକୁ ଚାହୁଁଛନ୍ତି । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିବେ ।

ଏହି ସହର ସମୁଦ୍ର ତଳେ ରହିବ । ଏହି ଉପାୟ ଦ୍ୱାରା ସମୁଦ୍ରକୁ ଜାଣିବା ଏବଂ ବୁଝିବାର ସୁଯୋଗ ମିଳିବ । ଏହି ସହରର ଲମ୍ବ ୯୦୦ ମିଟର ଏବଂ ପ୍ରସ୍ଥ ୫୦୦ ମିଟର ହେବ । ଗୋଟିଏ ଅଂଶରେ ୯୦ ମିଟର ଲମ୍ବର ବୁଡ଼ାଜାହାଜ ରହିବ, ଯାହା ଅନୁସନ୍ଧାନ ପାଇଁ ବ୍ୟବହୃତ ହେବ । କ୍ରୀଡା ଜୋନ୍, ଲ୍ୟାବ୍, କ୍ଲାସ୍ ବ୍ୟତୀତ ଏକ ବଡ଼ ଲେକ୍ଚର ହଲ୍ ମଧ୍ୟ ରହିବ । ଏଥିରେ ସାମୁଦ୍ରିକ ଶକ୍ତି ବ୍ୟବହାର କରାଯିବ । ଏହା ୨୦୫୦ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରେ ବୋଲି ସୂଚନା ମିଳିଛି । ରୋଗେରୀ କହିଛନ୍ତି ଯେ ଏଭଳି ସହର ନିର୍ମାଣ କରିବାର କଳ୍ପନା ୧୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.