fbpx

ବ୍ୟାଙ୍କ ସୁପରଭାଇଜର ନବୀନ ପଟ୍ଟନାୟକଙ୍କୁ ଅପହରଣ

ଗଞ୍ଜାମ,୫ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଗେବୁନିଆପଡାରେ ବ୍ୟାଙ୍କ ସୁପରଭାଇଜର ନବୀନ ପଟ୍ଟନାୟକଙ୍କୁ ଅପହରଣ କରାଯାଇଛି । କୋପରେଟିଭ ବ୍ୟାଙ୍କ ସୁପରଭାଇଜର ନବୀନ ପଟ୍ଟନାୟକଙ୍କୁ ମେଡିକାଲ ଛକ ଭେଣ୍ଡିଂ ଜେନରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ବକେୟା ଟଙ୍କାକୁ କେନ୍ଦ୍ର କରି ତାଙ୍କୁ ଅପହରଣ କରିଯାଇଛି ବୋଲି ନବୀନଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଏନେଇ ନବୀନଙ୍କ ପତ୍ନୀ ବୈଦ୍ୟନାଥପୁର ଥାନାରେ ଏତଲା ଦାୟର କରିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.