fbpx

ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ଗୁଆହାଟୀ,୫ ।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚର ପ୍ରଥମ ଟି-୨୦ ସିରିଜ ମୁକାବିଲା ଆଜି ଗୁଆହାଟିରେ ଖେଳାଯିବ । ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଛି ଭାରତ । ଉଭୟ ଦଳ ପାଇଁ ଏହା ୨୦୨୦ରେ ପ୍ରଥମ ଆନ୍ତର୍ଜାତିକ ଶୃଙ୍ଖଳା । ଦୁଇ ଦଳ ପରସ୍ପର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଫେବ୍ରୁଆରି ୧୦, ୨୦୦୯ରେ ଖେଳିଥିବା ବେଳେ ଶେଷ ମ୍ୟାଚ୍ ମାର୍ଚ୍ଚ ୧୨, ୨୦୧୮ରେ ଖେଳିଥିଲେ । ଏହି ୯ ବର୍ଷ ମଧ୍ୟରେ ଉଭୟ ଦଳ ପରସ୍ପର ମୋଟ ୧୬ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ ସେଥି ମଧ୍ୟରୁ ଭାରତ ୧୧ ଓ ଶ୍ରୀଲଙ୍କା ୫ ମ୍ୟାଚ୍ ଜିତିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଜୟ ପ୍ରତିଶତ ୬୮.୭୫ ରହିଛି । ଅନ୍ୟପଟେ ଶୃଙ୍ଖଳା ବିଜୟ ସହ ନୂଆ ବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।

Get real time updates directly on you device, subscribe now.