fbpx
BSKY SKY
BSKY SKY

ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ବାଧାପ୍ରାପ୍ତ ହେବ ସମସ୍ତ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ କେଉଁ ଦିନ

BSKY

ନୂଆଦିଲ୍ଲୀ: ଆଉ ଦିନଦିନ ପରେ ବ୍ୟାଙ୍କ ଦୁଇଦିନ ପାଇଁ ବନ୍ଦ ରହିବ । ତେଣୁ ଏହା ପୂର୍ବରୁ ଗ୍ରାହକମାନେ ନିଜର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ସମାପ୍ତ କରିନେବା ନିହାତି ଦରକାର । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ତେବେ ସରକାର ବର୍ତ୍ତମାନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବାକୁ ପ୍ଲାନିଂ କରୁଥିବାରୁ ଏହା ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଥିବା ଜଣାପଡ଼ିଛି ।

ବ୍ୟାଙ୍କ ଷ୍ଟ୍ରାଇକ୍ ଫଳରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି), ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ୟୁକୋ ବ୍ୟାଙ୍କର ଅପରେସନ ଆସନ୍ତା ୧୬ ଓ ୧୭ ତାରିଖରେ ବାଧାପ୍ରାପ୍ତ ହେବ । ତେବେ ଯଦି ଏହି ବନ୍ଦ ଡାକରା ସଫଳ ହୁଏ, ତେବେ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହାକୁ ବାତିଲ କରିଦେବା ପାଇଁ ଏସବିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ସେହିପରି ସରକାର ଯଦି ଘରୋଇକରଣ ଯୋଜନାକୁ ଉଚ୍ଛେଦ ନକରନ୍ତି, ତେବେ ଏହି ଦୁଇଦିନିଆ ବନ୍ଦ ସହିତ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଅଖିଳ ଭାରତୀୟ ବ୍ୟାଙ୍କ ଅଫିସର୍ସ ମିଳିତ ସଂର୍ଘ ସାଧାରଣ ସମ୍ପାଦକ । ସୂଚନାଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷରେ ଦୁଇଟି ପବ୍ଲିକ ସେକ୍ଟର ବ୍ୟାଙ୍କର ଘରୋଇକରଣ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧ ବଜେଟରେ ଘୋଷଣା କରିଥିଲେ । ସରକାର ଗତ ୪ ବର୍ଷ ମଧ୍ୟରେ ୧୪ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ମିଶ୍ରଣ କରିସାରିଛନ୍ତି ।

Get real time updates directly on you device, subscribe now.