fbpx

ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହେବେ ଏହି ବଲିଉଡ୍ ଷ୍ଟାର୍ସ, ତାଲିକାରେ ନାହାନ୍ତି ସଲମାନ୍ ଖାନ୍!

ମୁମ୍ବାଇ: ରାଜସ୍ଥାନରେ ରୟାଲ୍ ୱେଡିଂ ପରେ ପାୱାର୍ କପଲ୍ କାଟ୍ରିନା କୈଫ୍ ଓ ଭିକି କୌଶଲ ରିସେପସନ୍ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ନୂତନ ବିବାହିତ କପଲ୍ ଙ୍କର ରିସେପସନ୍ ଏକଦମ୍ ଗ୍ରାଣ୍ଡ ହେବାକୁ ଯାଉଛି । ଏଥିରେ ଅନେକ ନାମୀଦାମୀ କଳାକାର୍ ମାନେ ସାମିଲ ହେବେ ଓ ପାର୍ଟିରେ ଚାର୍ ଚାନ୍ଦ ଲଗାଇବେ । କାରଣ ବିବାହରେ କେହି ବି ଯୋଗ ଦେଇନଥିଲେ । ତେଣୁ ରିସେପ୍ସନ୍ ପାର୍ଟିରେ ବଡ଼ ବଡ଼ ସେଲିବ୍ରିଟିଙ୍କ ଲାଇନ୍ ଲାଗିପାରେ ।

ବଲିଉଡ୍ ଲାଇଫ୍ ର ଏକ ରିପୋର୍ଟ ମୁତାବକ, ହ୍ରିତିକ୍ ରୋଶନ୍ ରିସେପ୍ସନ୍ ରେ ଯୋଗ ଦେବେ । କାଟ୍ରିନା, ହ୍ରିତିକ୍ ଙ୍କ ସହିତ ଜିନ୍ଦଗୀ ନା ମିଲେଗୀ ଦୋବାରାରେ କାମ କରିଛନ୍ତି । ଦୁହିଁଙ୍କ ବଣ୍ଡିଂ ଖୁବ୍ ଭଲ ରହିଛି । ଏହା ସହିତ କାଟ୍ରିନାଙ୍କ ନୂତନ ପଡୋଶୀ ଅନୁଷ୍କା ଶର୍ମା ମଧ୍ୟ ଯୋଗଦେବେ । ଦୁହେଁ ଫିଲ୍ମ ଜିରୋ ଓ ଜବ୍ ତକ୍ ହେ ଜାନ୍ ରେ ଏକାଠି କାମ କରିସାରିଛନ୍ତି ଓ ସେମାନେ ଖୁବ୍ ଭଲ ବନ୍ଧୁ ମଧ୍ୟ ।

 

View this post on Instagram

 

A post shared by Katrina Kaif (@katrinakaif)

ଏହା ବ୍ୟତୀତ ବଲିଉଡ୍ କୁଇନ୍ କଙ୍ଗନା ରନୱତ୍ ମଧ୍ୟ ଭିକି-କ୍ୟାଟ୍ ଙ୍କ ରିସେପ୍ସନ୍ ରେ ଯୋଗଦେବେ । କଙ୍ଗନାଙ୍କୁ ନ୍ୟୂମ୍ୟାରିଡ୍ କପଲ୍ ଙ୍କ ତରଫରୁ ଦେଶୀ ଘିଅର ଲଡ୍ଡୁ ପଠାଯାଇଥିଲା ଓ ସେ ମଧ୍ୟ ବିବାହର ଅନେକ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ମେଘନା ଗୁଲଜାର୍, ଆଲିଆ ଭଟ୍ଟ, ଅକ୍ଷୟ କୁମାର, ରୋହିତ୍ ସେଟ୍ଟୀ, ଅଜୟ ଦେବଗନ୍, ଇଶାନ୍ ଖଟ୍ଟର୍, କରନ୍ ଜୋହର୍, ସିଦ୍ଧାର୍ଥ ମାଲୋହୋତ୍ରା, ତାପସୀ ପନ୍ନୁ, ଅଭିଷେକ ବଚ୍ଚନ ମଧ୍ୟ ପାର୍ଟିରେ ସାମିଲ ହେବେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବିବାହରେ ସଲମାନ୍ ଖାନ୍ ଯୋଗ ଦେଇନଥିଲେ । ତେଣୁ ରିସେପ୍ସନ୍ ରେ ମଧ୍ୟ ଯୋଗ ଦେବେ ନାହିଁ ବୋଲି ଖବର ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.