fbpx
BSKY SKY
BSKY SKY

(ଭିଡିଓ)ବିନା ସ୍ପର୍ଶରେ ଯାତ୍ରୀଙ୍କୁ ମିଳିବ ବୋର୍ଡିଂ ପାସ୍, ଦିଲ୍ଲୀରେ ରହିଛି ଏପରି ବ୍ୟବସ୍ଥା

BSKY

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଦେଶ ସହିତ ରାଜଧାନୀ ଦିଲ୍ଲୀରେ ବି ଓମିକ୍ରନ ଭାରିଆଣ୍ଟ ବିପଦ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କଟକଣାକୁ ବି କଡ଼ାକଡ଼ି କରାଯାଉଛି । ଏହାରି ମଧ୍ୟରେ ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରେ ଇ-ବୋର୍ଡିଂ ବ୍ୟବସ୍ଥା କରାଯାଇଛି ।

କରୋନା ସଂକ୍ରମଣ ଯୋଗୁଁ କଣ୍ଟାକ୍ଟଲେସ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହିତ ଏହି ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥା ବିମାନବନ୍ଦରର ସମସ୍ତ ୩ଟି ଟର୍ମିନାଲରେ କାର୍ଯ୍ୟକାରୀ କରାଯାଇଛି । ଏହାଫଳରେ ଯାତ୍ରୀମାନେ କଣ୍ଟାକ୍ଟଲେସ ଭାବରେ ସେମାନଙ୍କର ବୋର୍ଡିଂ ପାସ୍ ଅତି ସହଜରେ ପାଇପାରିବେ । କୋଭିଡ ସଂକ୍ରମଣ ସମୟରେ ଏହି ଇ-ବୋର୍ଡିଂ ବ୍ୟବସ୍ଥା ଯାତ୍ରୀଙ୍କ ସମସ୍ୟାକୁ ସହଜ କରିବା ସହିତ ସଂକ୍ରମଣ ବଢ଼ିବା ଆଶଙ୍କାକୁ ମଧ୍ୟ ହ୍ରାସ କରିବ । ଏଭଳି ଅତ୍ୟାଧୁନିକ ଗେଟରେ ସ୍କାନରର ବ୍ୟବସ୍ଥା କରାଯାଇଛି, ଫଳରେ ଏୟାରପୋର୍ଟରେ କୌଣସି କର୍ମଚାରୀଙ୍କ ବିନା ସହାୟତାରେ ବି ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ପାସ୍ ସଂଗ୍ରହ କରିପାରିବେ ।

Get real time updates directly on you device, subscribe now.