fbpx
BJD SKY
BJD SKY

୧ କିଲୋ ଚା’ର ଦାମ୍ ୯୯,୯୯୯ ଟଙ୍କା, ଆସାମ ଟି’ ଦାମ୍ କଲା ରେକର୍ଡ

BJD

ନୂଆଦିଲ୍ଲୀ: ଆସାମର ଏକ ଚା’ ବଗିଚାର ଏକ କିଲୋ ଗୋଲ୍ଡେନ୍ ଟିପ୍ ଚା’ ପତିର ଦାମ୍ ୯୯, ୯୯୯ ଟଙ୍କା । ଏବେ ଏହା ସବୁଠାରୁ ରେକର୍ଡ ଦାମ୍ ରେ ନିଲାମ୍ କରାଯାଇଛି । ଗୌହାଟି ଚା’ ନିଲାମ କେନ୍ଦ୍ରରେ ମଙ୍ଗଳବାର ଦିନ ଏହି ନିଲାମ ଡକାଯାଇଥିଲା । ଏହାର ବ୍ରାଣ୍ଡିଂ ମନୋହାରୀ ଗୋଲ୍ଡ ରୂପେ ଜଣାଯାଏ । ଦିବ୍ରୁଗଡ଼ ଜିଲ୍ଲାର ଏହି ଚା’ କୁ ଗୌହାଟି ସ୍ଥିତ ହୋଲସେଲ୍ ବେପାରୀ ସୌରଭ ଟି ଟ୍ରେଡର୍ସ ଏହାକୁ କିଣିଛନ୍ତି ।

ସୌରଭ ଟି ଟ୍ରେଡର୍ସର ସିଇଓ ଏମଏଲ୍ ମାହେଶ୍ୱରୀ କହିଛନ୍ତି ଯେ, ଏହି ବିଶେଷ କ୍ୱାଲିଟିର ଚା’ର ଚାହିଦା ଖୁବ୍ ଅଧିକ କିନ୍ତୁ ଉତ୍ପାଦନ ଖୁବ୍ କମ୍ । ଚଳିତ ବର୍ଷ ମନୋହରୀ ଟି ଇଷ୍ଟେଟ୍ ଦ୍ୱାରା କେବଳ ଏକ କିଲୋଗ୍ରାମ ଚା’ ନିଲାମ କରାଯାଇଥିଲା । ସେ ଆଗକୁ କହିଛନ୍ତି ଯେ, ସେ ଏହି ଚା’କୁ କିଣିବା ପାଇଁ ଲମ୍ବା ସମୟରୁ ଅପେକ୍ଷା କରିଥିଲେ । ବଗିଚାର ମାଲିକ ଏହାକୁ ବ୍ୟକ୍ତିଗତ ଭାବରେ ବିକ୍ରି କରିବାକୁ ମନା କରିଦେଇଥିଲେ ଓ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ପୂର୍ବରୁ ୨୦୧୮ରେ ଏହି ବ୍ରାଣ୍ଡର ଏକ କିଲୋ ଚା’କୁ ୩୯ ହଜାର ଟଙ୍କାରେ ରେକର୍ଡ ନିଲାମ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହା ରେକର୍ଡ ଭାଙ୍ଗିଛି । ସେହିପରି ଗତବର୍ଷ ଏହି ଚା’ର ଦାମ୍ ୭୫ହଜାର ଟଙ୍କା ଥିଲା ଓ ଏହାକୁ ବିଷ୍ଣୁ ଟି କମ୍ପାନୀ କିଣିଥିଲେ ।

Get real time updates directly on you device, subscribe now.