fbpx
BJD SKY
BJD SKY

ଗୋଟିଏ ଦିନ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା, ତୁରନ୍ତ ଚେକ୍ କରନ୍ତୁ ନିଜ ନାଁ

BJD

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଚାଷୀଙ୍କ ଆକାଉଣ୍ଟକୁ ଗୋଟିଏ ଦିନ ପରେ ଅର୍ଥାତ୍ ଡିସେମ୍ବର ୧୫ରେ ପିଏମ କିଷାନ ଯୋଜନାର ଟଙ୍କା ଟ୍ରାନ୍ସଫର କରିପାରନ୍ତି କେନ୍ଦ୍ର ସରକାର । ଚାଷୀଙ୍କ ଆକାଉଣ୍ଟରେ ୧୦ମ କିସ୍ତି ଭାବେ ୨୦୦୦ ଟଙ୍କା ଆସିବ । ଏନେଇ ସରକାର ସମସ୍ତ ପ୍ରସ୍ତୁତି ମଧ୍ୟ କରିଛନ୍ତି । ଗତ ବର୍ଷ ୨୫ ଡିସେମ୍ବର ୨୦୨୦ ରେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ର କିଷାନ ସାମନ ନିଧି ଯୋଜନା ଅଧୀନରେ ଟଙ୍କା ଟ୍ରାନ୍ସଫର କରିଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୧୧.୩୭ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୫୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛନ୍ତି ସରକାର ।

ତେବେ କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୩ କିସ୍ତିରେ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଛି । ଏପର୍ଯ୍ୟନ୍ତ କୃଷକଙ୍କ ଆକାଉଣ୍ଟକୁ ୯ କିସ୍ତିର ଟଙ୍କା ପଠାସରିଛି । ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ରେଜିଷ୍ଟ୍ରର କରିବାକୁ ପଡିବ । ରେଜିଷ୍ଟ୍ରର କରିବାପାଇଁ ଆପଣଙ୍କ ଆଧାର କାର୍ଡ ବ୍ୟାଙ୍କ ସହିତ ଲିଙ୍କ ହେବା ଆବଶ୍ୟକ । ରେଜିଷ୍ଟ୍ରର ପାଇଁ କୃଷକଙ୍କୁ ନିଜର ରାସନ କାର୍ଡର ବିବରଣୀ ଅପଲୋଡ କରିବାକୁ ପଡିବ ।

ଯେଉଁ କୃଷକମାନଙ୍କୁ ବର୍ତ୍ତମାନ ସୁଦ୍ଧା ୯ମ କିସ୍ତିର ଟଙ୍କା ମିଳିନାହିଁ, ସେମାନଙ୍କ ଏକାଥରକେ ୨ଟି ଯାକ କିସ୍ତିର ଟଙ୍କା ଅର୍ଥାତ୍ ୪୦୦୦ ଟଙ୍କା ମିଳିବ । ୩୦ ସେପ୍ଟେମ୍ବର ପୂର୍ବରୁ ରେଜିଷ୍ଟ୍ରେସନ କରିଥିବା ଚାଷୀମାନଙ୍କୁ କେବଳ ଏହି ସୁବଧା ମିଳିବ ।

 

ଲିଷ୍ଟରେ ଆପଣଙ୍କ ନାଁ ଚେକ୍ କରନ୍ତୁ ଏପରି:

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

 

Get real time updates directly on you device, subscribe now.