fbpx

ଗ୍ୟାସ୍ ବୁକିଂ ଉପରେ ମିଳୁଛି ୩ ହଜାର ଟଙ୍କା ରିହାତି: ଆପଣାନ୍ତୁ ଏହି ପ୍ରସେସ୍

ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ଗ୍ୟାସର ଦର ବୃଦ୍ଧି ପାଇବାରେ ଲାଗିଛି । ଏପରି ପରସ୍ଥିତିରେ ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଏଲପିଜି ବୁକିଂ ଉପରେ ୩ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବ ତାହେଲେ ଏହା ଅବିଶ୍ୱସନୀୟ ଲାଗି ପାରେ । ତେବେ ପେଟିଏମ ପକ୍ଷରୁ ଏମିତି ଏକ ଆକର୍ଷଣୀୟ ଅଫର ଗ୍ରାହକଙ୍କ ପାଇଁ ଆସିଛି । ଗ୍ୟାସ ବୁକିଂ ଉପରେ ୩ ହଜାର ଯାଏଁ କ୍ୟାଶବ୍ୟାକ୍ ପ୍ରଦାନ କରୁଛି କମ୍ପାନୀ । ତେବେ ଗୋଟିଏ ଥରକରେ ନୁହେଁ ବରଂ ୩ ଥରରେ କମ୍ପାନୀ ପକ୍ଷରୁ ଏହି ରିହାତି ପ୍ରଦାନ କରାଯାଇଛି । ଏହି ବୁକିଂର ପେମେଣ୍ଟ ପାଇଁ ଆପଣଙ୍କୁ ପେଟିଏମ ୱାଲେଟ୍, ୟୁପିଆଇ ଆଇଡି କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପେମେଣ୍ଟ କରିବାକୁ ପଡିବ । ତେବେ ପେଟିଏମ ମାଧ୍ୟମରେ ପ୍ରଥମ ଥର ପାଇଁ ଗ୍ୟାସ ବୁକିଂ କରୁଥିଲେ ଏହି ଅଫରର ଲାଭ ଉଠାଇ ପାରିବେ ।

ପ୍ରତି ସିଲିଣ୍ଡର ବୁକିଂ ଉପରେ ଏହି ରିହାତି ମିଳିବ । ପ୍ରଥମ ସିଲିଣ୍ଡର ବୁକିଂ ଉପରେ ୧୦-୧୦୦୦ ଟଙ୍କା ମଧ୍ୟରେ କ୍ୟାଶବ୍ୟାକ ମିଳିବାକୁ ଥିବା ବେଳେ ପରବର୍ତ୍ତୀ ଦୁଇଟି ବୁକିଂ ଉପରେ ୫-୧୦୦୦ ଟଙ୍କା ମଧ୍ୟରେ କ୍ୟାଶବ୍ୟାକ ପ୍ରଦାନ କରାଯିବ । ଏହା ସହିତ ଯଦି ଆପଣ ୱାଲେଟ୍ ବ୍ୟବହାର କରୁଛନ୍ତି ତାହେଲେ ସମ୍ପୂର୍ଣ୍ଣ ପେମେଣ୍ଟ ୱାଲେଟରୁ କିମ୍ବା ଯଦି ଅନ୍ୟ କୌଣସି ମାଧ୍ୟମରେ କରୁଛନ୍ତି ତେବେ ସେହି ମାଧ୍ୟମରେ ହିଁ ପେମେଣ୍ଟ କରିବେ । ଏପରି କଲେ ଏହାକୁ ଅବୈଧ ଘୋଷଣା କରାଯିବ ଏବଂ କ୍ୟାଶବ୍ୟାକ ମିଳିବ ନାହିଁ । ପ୍ରଥମ ବୁକିଂର ଦୁଇମାସ ମଧ୍ୟରେ ହିଁ ପରବର୍ତ୍ତୀ ଦୁଇଟି ବୁକିଂ କରିବାକୁ ପଡିବ । ବୁକିଂ କରିବା ପରେ ଏକ ସ୍କ୍ରାଚ କାର୍ଡ ମିଳିବ । ଏହାକୁ ସ୍କ୍ରାଚ କରିବାର ୭୨ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାଶବ୍ୟାକ ଆପଣଙ୍କ ଆକାଉଣ୍ଟରେ ମିଳିଯିବ ।

Get real time updates directly on you device, subscribe now.