fbpx

ଯୋଜନାବଦ୍ଧ ଭାବରେ କୃଷକଙ୍କୁ ହତ୍ୟା କରାଯାଇଥିଲା: ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଆସିଲା SIT ରିପୋର୍ଟ

Advertisement

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଏସଆଇଟି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଏହି ହିଂସାକାଣ୍ଡରେ ସମୁଦାୟ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଆଶିଷ ମିଶ୍ରଙ୍କ ଗାଡି ଚାପାରେ ୪ ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ପରବର୍ତ୍ତୀ ହିଂସାରେ ଆଉ ୪ ପ୍ରାଣହାନି ଘଟିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହିତ ଗିରଫ କରିଥିଲା ।
ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ କରିବା ପାଇଁ ଏକ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ଅକ୍ଟୋବର ୩ ତାରିଖରେ ଗାଡି ଚଢିବାର ମାମଲା ଦୁର୍ଘଟଣା ନଥିଲା ବରଂ କୃଷକ ମାନଙ୍କୁ ହତ୍ୟା କରିବାର ଯୋଜନା ରହିଥିଲା ବୋଲି କୁହାଯାଇଛି । ସ୍ପିଡରେ ଗତି କରୁଥିବା ଆଶିଷ ମିଶ୍ରଙ୍କ ଏସୟୁଭି କୃଷକ ମାନଙ୍କ ଉପରେ ଚଢି ଯାଇଥିଲା । ଏସଆଇଟି ରିପୋର୍ଟ ପରେ ବର୍ତ୍ତମାନ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ମାମଲାରେ ଏସଆଇଟି ଗଠନ କରାଯାଇଥିବା ବେଳେ ଉତ୍ତର ପ୍ରଦେଶ ବାହାରର ୩ ଜଣ ଆଇପିଏସଙ୍କୁ ଏଥିରେ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.