fbpx

ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼, ଉପକୃତ ହେବେ ୭ ଲକ୍ଷରୁ ଅଧିକ

ଭୁବନେଶ୍ୱର: ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼ ଜିଲ୍ଲା । ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ନୟାଗଡ଼ର ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ନୟାଗଡ଼ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧ ହଜାର କୋଟି ଟଙ୍କାର ପ୍ରକଳ୍ପର ଭେଟିଦେଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ନବ ଦାସ ଏବଂ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ଅଭିଭାଷଣ ରଖିଥିଲେ ।

ଅବସରରେ ମୁଖ୍ୟମନ୍ତ୍ରୀ ନୟାଗଡ଼ର ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ପ୍ରଶଂସା କରିଛନ୍ତି । ସେ ଆହୁରି କହିଥିଲେ ଏହି ବିଏସକେୱାଇ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ମୁଖ୍ୟମନ୍ତୀ କହିଥିଲେ ଲୋକଙ୍କ ଚିକିତ୍ସା କଥା ସରକାର ବୁଝୁଛନ୍ତି ଆପଣ ସେହି ଅର୍ଥକୁ ସଞ୍ଚୟ କରନ୍ତୁ, ପିଲାଙ୍କ ପାଠପଢ଼ା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ ।

Get real time updates directly on you device, subscribe now.