fbpx

ଏଣିକି ସ୍ୱାଭିମାନ ଅଞ୍ଚଳରେ ମିଳିବ ବ୍ୟାଙ୍କିଙ୍ଗ ସେବା

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧୫୭ତମ SLBC ବୈଠକ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟିତ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଓଡିଶାର ୪୯୨୧ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ତୁରନ୍ତ ବ୍ୟାଙ୍କ ଖୋଲାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତି ୫ କିମି ବ୍ୟବଧାନରେ ଗୋଟିଏ ବ୍ୟାଙ୍କ ରହିବା ଆବଶ୍ୟକ । ଏହା ସହ ଖୁବଶୀଘ୍ର ସ୍ୱାଭିମାନ ଅଞ୍ଚଳରେ ଏସିଆଇର ୨ଟି ଶାଖା ଖୋଲାଯିବ । ୨୦୨୦ରେ ପ୍ରତି ବିଭାଗର ସବୁ ନେଣଦେଣ ଡିଜିଟାଲ ହେବ ।

ଏଣିକି କୌଣସି ସ୍କିମରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦିଆଯିବ ନାହିଁ । ସମସ୍ତ ଟଙ୍କା ଆକାଉଣ୍ଟ ଜରିଆରେ ଦିଆଯିବ । ୫୭୧ ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇଦେବାକୁ ବ୍ୟାଙ୍କର୍ସ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.