fbpx
BSKY
BJD MC SKY
BJD YOUTH SKY

କମ୍ ସୁଧରେ ଲୋକଙ୍କୁ ହୋମ୍ ଲୋନ୍ ଦେଉଛି ଏହି ବ୍ୟାଙ୍କ: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ସହିତ ହୋମ୍ ଲୋନ୍ ହାରରେ ମଧ୍ୟ ବୃଦ୍ଧି ଘଟିଛି । ମେ’ ପରଠାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେପୋ ହାର ତିନିଥର ବୃଦ୍ଧି ହେତୁ ଏହା ଘଟିଛି । ବର୍ତ୍ତମାନ ରେପୋ ହାର ୫.୪୦% କୁ ବୃଦ୍ଧି ପାଇଛି । ରେପୋ ରେଟ୍ ବୃଦ୍ଧି ହେତୁ ହୋମ୍ ଲୋନ୍ ହାର ମଧ୍ୟ ମହଙ୍ଗା ହୋଇଛି । ପ୍ରତ୍ୟେକ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନର ହୋମ୍ ଲୋନର ସୁଧ ହାର ଅଲଗା ଅଲଗା ରହିଛି । ସେଥିପାଇଁ ହୋମ୍ ଲୋନ୍ ନେବା ପୂର୍ବରୁ ବିଭିନ୍ନ ବ୍ୟାଙ୍କର ସୁଧ ହାର ବିଷୟରେ ଜାଣିବା ଜରୁରୀ । ୨୦ ବର୍ଷ ଅବଧି ପାଇଁ ୭୫ ଲକ୍ଷ ଟଙ୍କାର ଲୋକ ଉପରେ କେଉଁ ବ୍ୟାଙ୍କ କେତେ ଟଙ୍କା ସୁଧ ନେଉଛି, ଆସନ୍ତୁ ଜାଣିବା…

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ :-
ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ବର୍ତ୍ତମାନ ଦେଶର ସର୍ବନିମ୍ନ ସୁଧ ହାରରେ ୨୦ ବର୍ଷ ପାଇଁ ୭୫ ଲକ୍ଷ ଟଙ୍କାର ହୋମ୍ ଲୋନ୍ ଦେଉଛି । ହୋମ୍ ଲୋନ୍ ଉପରେ ବ୍ୟାଙ୍କ ବାର୍ଷିକ ୭.୧୫ ପ୍ରତିଶତ ହାରରେ ସୁଧ ଆଦାୟ କରୁଛି ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ:-
ଯଦି ଆପଣ ଶସ୍ତା ହୋମ୍ ଲୋନ୍ ଖୋଜୁଛନ୍ତି, ତେବେ ଆପଣ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରିବା ଉଚିତ୍ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ୨୦ ବର୍ଷର ଅବଧି ସହିତ ୭୫ ଲକ୍ଷ ଟଙ୍କାର ହୋମ୍ ଲୋନ୍ ଉପରେ ୭.୨ ପ୍ରତିଶତ ସୁଧ ଆଦାୟ କରୁଛି । ଏହି ଲୋନର ଇଏମଆଇ ୫୯,୦୫୧ ଟଙ୍କା ହେବ ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ:-
ଏହି ୨ଟି ବ୍ୟାଙ୍କ ବାର୍ଷିକ ୭.୩ ପ୍ରତିଶତ ସୁଧ ହାରରେ ୨୦ ବର୍ଷ ପାଇଁ ୭୫ ଲକ୍ଷ ଟଙ୍କାର ହୋମ୍ ଲୋନ୍ ପ୍ରଦାନ କରୁଛନ୍ତି । ଯଦି ଆପଣ ଏହି ଉଭୟ ବ୍ୟାଙ୍କରୁ ହୋମ୍ ଲୋନ୍ ନିଅନ୍ତି, ତେବେ ଆପଣଙ୍କୁ ୫୯,୫୦୬ ଟଙ୍କା ଇଏମଆଇ ଦେବାକୁ ପଡିବ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ପିଏନବି, ୟୁନିୟନ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ:-
ଏହି ସମସ୍ତ ବ୍ୟାଙ୍କଗୁଡିକର ସୁଧ ହାର ହେଉଛି ୭.୪ ପ୍ରତିଶତ । ୨୦ ବର୍ଷର ଅବଧିରେ ୭୫ ଲକ୍ଷ ଟଙ୍କାର ହୋମ୍ ଲୋନ୍ ପାଇଁ ଏହି ହାର ରହିଛି । ଏହି ଲୋନର ଇଏମଆଇ ୫୯,୯୬୨ ଟଙ୍କା ହେବ ।

ବ୍ୟାଙ୍କ ଅଫ୍ ବରୋଦା :-
ଯଦି ଆପଣ ୨୦ ବର୍ଷ ପାଇଁ ବ୍ୟାଙ୍କ ଅଫ୍ ବରୋଦା ଠାରୁ ୭୫ ଲକ୍ଷ ଟଙ୍କାର ଏହି ହାର ନିଅନ୍ତି, ତେବେ ଆପଣଙ୍କୁ ବାର୍ଷିକ ୭.୪୫ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ବ୍ୟାଙ୍କ ଅଫ୍ ବରୋଦା ଠାରୁ ନିଆଯାଇଥିବା ଲୋନ୍ ପାଇଁ ଆପଣଙ୍କୁ ୬୦,୧୯୦ ଟଙ୍କା ଇଏମଆଇ ଦେବାକୁ ପଡିବ ।

ଏଲଆଇସି ହାଉସିଂ ଫାଇନାନ୍ସ :-
ଏଲଆଇସି ହାଉସିଂ ଫାଇନାନ୍ସ ଏବେ ୨୦ ବର୍ଷର ଅବଧି ସହିତ ୭୫ ଲକ୍ଷ ଟଙ୍କାର ଏହି ହାର ଉପରେ ୭.୫ ପ୍ରତିଶତ ସୁଧ ଆଦାୟ କରୁଛି । ଏହି ଲୋନ୍ର ଇଏମଆଇ ୬୦,୪୧୯ ଟଙ୍କା ହେବ । ଆଇଡିବିଆଇ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଏହି ଲୋନ୍ ଉପରେ ବାର୍ଷିକ ୭.୫% ସୁଧ ହାର ଆଦାୟ କରୁଛନ୍ତି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ):-
ଭାରତର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୦ ବର୍ଷର ହୋମ୍ ଲୋନ୍ ଉପରେ ୭.୫୫ ପ୍ରତିଶତ ସୁଧ ହାର ରହିଛି । ଏହି ଲୋନର ଇଏମଆଇ ପରିମାଣ ୬୦,୬୪୯ ଟଙ୍କା ରହିବ ।

Get real time updates directly on you device, subscribe now.