fbpx

କ୍ୟାମେରାମ୍ୟାନ୍ ଏବଂ ଫଟୋଗ୍ରାଫର ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି, ରହିଛି ଆକର୍ଷଣୀୟ ଦରମା

ଭୁବନେଶ୍ୱର: ଓଡ଼ିଶା ସୂଚନା ଏବଂ ପ୍ରଶାରଣ ବିଭାଗରେ କ୍ୟାମେରାମ୍ୟାନ, ଫଟୋଗ୍ରାଫର, ଆସିଷ୍ଟାଣ୍ଟ ଅପରେଟର ଏବଂ ଇଣ୍ଡେକ୍ସରର ଖାଲି ପଦବୀ ପୂରଣ କରିବାକୁ ଓଏସ୍‌ଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଛି । ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ୱେବସାଇଟ୍ https://www.ossc.gov.inରେ ଏହି ପଦବୀ ଗୁଡ଼ିକ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଚଳିତ ଅଗଷ୍ଟ ୧୦ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ।

ନିଯୁକ୍ତି ବୀବରଣୀ: ମୋଟ୍ ୧୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

କ୍ୟାମେରାମ୍ୟାନ୍ ପାଇଁ ୨ଟି ପୋଷ୍ଟ(୧ ମହିଳା) ।
ଫଟୋଗ୍ରାଫର ପାଇଁ ୩ଟି ପୋଷ୍ଟ(୧ମହିଳା)
ଇଣ୍ଡେକ୍ସରର ୪ଟି ପୋଷ୍ଟ(୧ମହିଳା)

ଆସିଷ୍ଟାଣ୍ଟ ଅପରେଟର(୭ଟି ପୋଷ୍ଟ)(୩ମହିଳା)
ଅଣସଂରକ୍ଷିତ ବର୍ଗ ପାଇଁ ୯(୪ମହିଳା) ଟି ପୋଷ୍ଟ।
ଏସ୍‌ଟି ବର୍ଗ ପାଇଁ ୩(୧ମହିଳା) ପୋଷ୍ଟ।
ଏସ୍‌ସି ବର୍ଗ ପାଇଁ ୩(୧ମହିଳା) ପୋଷ୍ଟ ।

ଆବଶ୍ୟକତା ଶିକ୍ଷାଗତ ଯୋଗ୍ୟତା:

 

ବୟସ ସୀମା: ୧ ଜାନୁଆରୀ ୨୦୨୨ ସୁଦ୍ଧା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ।

ଆବେଦନ ଶୁଳ୍କ ଏବଂ ଦରମା: ଆବେଦନ ପାଇଁ ସମସ୍ତ ବର୍ଗଙ୍କୁ କୌଣସି ଟଙ୍କା ଚାଲାଣ ରୁପେ ଦେବାକୁ ପଡିବ ନାହିଁ । ଏହି ଚାକିରି ପାଇଁ ସରକାର ୨୫ ହଜାର ୩୦୦ରୁ ୧୨,୬୦୦ ଟଙ୍କା ଦରମା ପ୍ରଦାନ କରିବେ। ନିଯୁକ୍ତି ପ୍ରକ୍ରିୟା ଆଦି ସବିଶେଷ ସୂଚନା ପାଇଁ ଓଏସ୍‌ଏସ୍‌ସି ୱେବସାଇଟ୍ https://www.ossc.gov.inରେ ଯାଇ ଜାଣିପାରିବେ ।

 

Get real time updates directly on you device, subscribe now.