fbpx

ତଳ ମୁହାଁ କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସିଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୩୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୫୨୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ଜଣ,ବାଲେଶ୍ୱରରୁ ୬ ଜଣ,ବରଗଡ ଜିଲ୍ଳାରୁ ୪୬ ଜଣ,ଭଦ୍ରକ ଜିଲ୍ଲାରୁ ୧ ଜଣ,ବଲାଙ୍ଗୀର ରୁ ୪୭ ଜଣ,ବୌଦ୍ଧରୁ ୩ଜଣ,କଟକରୁ ୧୪ ଜଣ,ଦେଓଗଡରୁ ୭ ଜଣ, ଗଜପତିରୁ ୬ଟି,ଗଞ୍ଜାମରୁ ୧ଜଣ, ଯାଜପୁରରୁ ୮ ଜଣ, ଝାଡସୁଗୁଡାରୁ ୯ଜଣ,କଳାହାଣ୍ଡିରୁ ୩୬ ଜଣ,କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡାରୁ ୨ଜଣ, କେନ୍ଦୁଝର ରୁ ୧ ଜଣ. ଖୋର୍ଦ୍ଧାରୁ ୭୦ ଜଣ,କୋରାପୁଟରୁ ୧୧ ଜଣ,ମାଲକାନଗିରି ରୁ ୨ ଜଣ,ମୟୁରଭଞ୍ଜରୁ ୪୩ ଜଣ,ନବରଙ୍ଗପୁରର ୩୪ଜଣ,ନୟାଗଡରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ନୂଆପଡାରୁ ୧୬ ଜଣ,ପୁରୀରୁ ୭ଜଣ, ରାୟଗଡାରୁ ୧୫ ଜଣ,ସମ୍ବଲପୁରର ୫୮ ଜଣ, ସୋନପୁରର୨୧ ଜଣ,ସୁନ୍ଦରଗଡରୁ ୧୩୭ ଜଣ , ଷ୍ଟେଟପୁଲରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୫୭୯୮ ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୪୫୨୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୮୦୪୩୯୯ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.