fbpx

ଲକଡାଉନ ଅଞ୍ଚଳରେ କେତେଟାରୁ ଖୋଲିବ ବ୍ୟାଙ୍କ? ଜାଣନ୍ତୁ ନିୟମ

ଭୁବନେଶ୍ୱର,୧୯ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାମଲା ବଢି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଅଧିକ ପ୍ରଭାବିତ ଅଞ୍ଚଳରେ ସରକାର ଲକଡାଉନ୍ ଲାଗୁ କରିଛନ୍ତି । ୪ଟି ଜିଲ୍ଲା ଯଥା- ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଓ ରାଉରକେଲା ସହରରେ ଲାଗୁ ହୋଇଛି ଏହି ଲକ୍-ଡାଉନ୍ । ତେବେ ଲକଡାଉନ ଥିବା ଜିଲ୍ଲାରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଆସନ୍ତାକାଲିଠାରୁ ଜୁଲାଇ ୩୧ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ । ୫୦% କର୍ମଚାରୀ ସହ ବ୍ୟାଙ୍କ କାମ ଚାଲିବ ।

ଏହା ସହ ବ୍ୟାଙ୍କରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯିବ । ଆବଶ୍ୟକ ପଡିଲେ ଜିଲ୍ଲା ପ୍ରଶାସନ ପୋଲିସ ସହାୟତା ଯୋଗାଇବେ । ଏହି ନିୟମ ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ପାଇଁ ଲାଗୁ ହେବ । ରାଉରକେଲା ମ୍ୟୁନିସିପାଲିଟି ଅଞ୍ଚଳରେ ବି ବ୍ୟାଙ୍କ ଦିନ ୨ ଟା ଯାଏଁ ଖୋଲାରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.