fbpx

କଟକରେ କରୋନା ସ୍ଥିତି ନେଇ କଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର, ୧୯ା୭(ଓଡ଼ିଶା ଭାସ୍କର): କଟକରେ କରୋନା ସ୍ଥିତିର ଅପଡ଼େଟ ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସେ କହିଛନ୍ତି ଯେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି । ଏହାସହ ଗ୍ରାମାଞ୍ଚଳ ଓ ସିଏମସି ଅଞ୍ଚଳରେ ଘରକୁ ଘର ଯାଇ ଯାଞ୍ଚ କରାଯାଉଛି । କରୋନା ସମ୍ପର୍କିତ କୌଣସି ବି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କର ପରୀକ୍ଷା କରାଯାଉଛି । ଏହି ତାଲାବନ୍ଦ ସମୟରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ନେଇ ଚେଷ୍ଟା ଜାରି ରହିଛି । ଏଥିସହିତ ଅନ୍ୟପଟେ ଆଣ୍ଟିଜେନ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି । ବାହାରକୁ ଗଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଠିକ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ସପ୍ତାହ ତୁଳନାରେ ଏବେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି । ଏହାସହ ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ଼ ସେଣ୍ଟର କରାଯାଉଛି । ଗୋପାଳପୁର, ବିଦ୍ୟାଧରପୁର ଓ ଓଏଟି ରେ କୋଭିଡ଼ ସେଣ୍ଟର କରାଯାଉଛି ।

ତେବେ କଟକରେ ମୋଟ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରୁ ୮୬୦ ଓ ୩୫୦ ଜଣ ସହରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳରୁ ୬୭୩ଜଣ ସୁସ୍ଥ ହୋଇଛନ୍ତି ଓ ୨୦୦ଜଣ ସହରାଞ୍ଚଳରୁ ସୁସ୍ଥ ହୋଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.