fbpx

ଅଗଷ୍ଟ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡିତ ଏହି ନିୟମ, ତୁରନ୍ତ ଜାଣିନିଅନ୍ତୁ

କରୋନା ସଙ୍କଟ ସମୟରେ ସାରା ଦେଶରେ ଅଗଷ୍ଟ ୧ରୁ ବ୍ୟାଙ୍କ କାରବାରରେ ଅନେକ ନିୟମ ବଦଳିବାକୁ ଯାଉଛି । ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆରବିଏଲ୍ ବ୍ୟାଙ୍କ ଅଗଷ୍ଟ ୧ରୁ କାରବାର ନିୟମରେ କିଛି ପରିବର୍ତ୍ତନ କରିବେ । ଏହି ବ୍ୟାଙ୍କଗୁଡିକ ମଧ୍ୟରୁ କେତେକ ନଗଦ ଟଙ୍କା ଉଠାଇବା ଏବଂ ଜମା କରିବା ପାଇଁ ଫି ଆଦାୟ ଓ ମିନିମମ୍ ବାଲାନ୍ସ ବୃଦ୍ଧି କରିବାକୁ ଯୋଜନା ଚାଲିଛି । ମେଟ୍ରୋ ଏବଂ ସହରାଞ୍ଚଳରେ ରହୁଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସେଭିଂ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ମିନିମମ୍ ବାଲାନ୍ସ ୨୦୦୦ ରଖିବାକୁ ପଡିବ । ଏଥିରୁ କମ୍ ହେଲେ ୭୫ ଟଙ୍କା ଜୋରିମାନା ଲାଗିବ ବୋଲି ଜଣାପଡିଛି ।

ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କୁ ଇସିଏସ କାରବାର ପାଇଁ ୨୫ ଟଙ୍କା ଦେବାକୁ ପଡିବ, ଯାହାକି ପୂର୍ବରୁ ମାଗଣାରେ ହେଉଥିଲା । ସେହିପରି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସଞ୍ଚୟ ଏବଂ କର୍ପୋରେଟ୍ ବେତନ ଆକାଉଣ୍ଟଧାରୀଙ୍କୁ ପ୍ରତି ମାସରେ ପାଞ୍ଚଟି ମାଗଣା କାରବାର ପରେ ପ୍ରତ୍ୟେକ ନଗଦ ଟଙ୍କା ପ୍ରତ୍ୟାହାର ଉପରେ ୨୦ ଟଙ୍କା ଡେବିଟ୍ କାର୍ଡ-ଏଟିଏମ୍ ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ଚାରିଟି କାରବାର ପରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୧୦୦ ଟଙ୍କା ପ୍ରତ୍ୟାହାର ଶୁଳ୍କ ଆଦାୟ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.