fbpx

ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କର ଏହି ସେବା, ଜାଣନ୍ତୁ କାରଣ ଓ ସମୟ

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଶନିବାର ବନ୍ଦ ରହିବ ଗ୍ରାହକଙ୍କ ପାଇଁ କିଛି ଜରୁରୀ ସେବା । ଜାନୁଆରୀ ୨୨ ଅର୍ଥାତ୍ ଆସନ୍ତାକାଲି ଅନଲାଇନ କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବ୍ୟାଙ୍କର ସେବାଗୁଡ଼ିକର ଟେକ୍ନିକାଲ ଅପଗ୍ରେଡ୍ ହେତୁ ଜାନୁଆରୀ ୨୨ ତାରିଖ ରାତି ୨ଟାରୁ ସକାଳ ୮ ଟା ୩୦ ମିପିଟ୍ ପର୍ଯ୍ୟନ୍ତ ବ୍ୟାଙ୍କର ବିଭିନ୍ନ ଅନଲାଇନ ସେବା ବନ୍ଦ ରହିବ ।

ଏନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଯେଉଁଥିରେ ଆସନ୍ତାକାଲି SBI ବ୍ୟାଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, YONO YONO Lite, YONO Business ଏବଂ UPI ସେବା ଗ୍ରାହକମାନଙ୍କ ପାଇଁ ଅପରାହ୍ନ 2 ଟାରୁ 8:30 ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.