fbpx

ଆଜିଠୁ ସକାଳ ୯ରୁ ଖୋଲିବ ବ୍ୟାଙ୍କ: ଘଣ୍ଟାଏ ଅଧିକ ଚାଲିବ କାମ

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ, ଫରେକ୍ସ ଏବଂ ସିକ୍ୟୁରିଟି ମାର୍କେଟ ସୋମବାରରୁ ସକାଳ ୧୦ ବଦଳରେ ୯ଟାରୁ ଖୋଲିବ । ଆରବିଆଇ ଅନୁସାରେ, ୧୦ ଏପ୍ରିଲ ୨୦୨୨ରୁ ବ୍ୟାଙ୍କଗୁଡ଼ିକର ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । କିନ୍ତୁ ବନ୍ଦ ହେବାର ସମୟ ସମାନ ରହିଛି, ଏହାର ଅର୍ଥ ବ୍ୟାଙ୍କଗୁଡ଼ିକରେ ଏଥର ଆଉ ୧ ଘଣ୍ଟା ଅଧିକ କାମ ହେବ ।

୧୮ ଏପ୍ରିଲ ୨୦୨୨ ରୁ ବ୍ୟାଙ୍କର ଖୋଲିବା ସମୟ ବଦଳାଇ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସମସ୍ତ ବ୍ୟାଙ୍କ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ଖୋଲିବେ ।

ତେବେ ବ୍ୟାଙ୍କର ଖୋଲିବା ସମୟରେ କେବଳ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କଗୁଡିକର ବନ୍ଦ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ଦିନରେ ବ୍ୟାଙ୍କଗୁଡିକର ଖୋଲିବା ସମୟ ହ୍ରାସ କରାଯାଇଥିଲା । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ଏହା ପୁଣି ସ୍ୱାଭାବିକ ହୋଇଛି ।

 

Get real time updates directly on you device, subscribe now.