fbpx

‘୧୫-୧୫-୧୫’ ଫର୍ମୂଲା ଆପ୍ଲାଏ କରି ବହୁଲୋକ କୋଟିପତି ବନି ଯାଉଛନ୍ତି, ଆପଣ କାହିଁକି ପାରିବେନି, ଫଲୋ କରନ୍ତୁ ଏହିସବୁ ଟିପ୍ସ

ନୂଆଦିଲ୍ଲୀ: ଟଙ୍କା କାହାକୁ ବା ଭଲ ଲାଗେନା, ଆଉ କୋଟିପତି ହେବାର ସ୍ୱପ୍ନ କିଏ ବା ଦେଖେନା । ମାତ୍ର ଏହା ଏତେ ସହଜ ନୁହେଁ । ସ୍ୱପ୍ନ ଦେଖିବା ସହଜ, ମାତ୍ର ତାକୁ ପୂରଣ କରିବା କଷ୍ଟ ନୁହେଁ ପ୍ରାୟତଃ ଅସମ୍ଭବ । ତେବେ ଆପଣ ଯଦି ଚାହିଁବେ ନିଜ ଜୀବନରେ ବହୁତ କିଛି ହାସଲ କରିପାରିବେ, କୋଟିପତି ବି ବନି ପାରିବେ । ସେଥିପାଇଁ କିଛି ରୁଲ୍ସ ଦୀର୍ଘ ଅବଧି ପର୍ଯ୍ୟନ୍ତ ଫଲୋ କରିବାକୁ ପଡ଼ିବ ।

ଆପଣମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି କୋଟିପତି ବନିପାରିବେ । ଅଧିକାଂଶ ଲୋକ ମ୍ୟୁଚୁଆଲ ଫଣ୍ଡର ହାଇ ବେଟିଫିଟ ବିଷୟରେ ସାଧାରଣତଃ ଅଜ୍ଞାତ ଥାଆନ୍ତି । ତେଣୁ ସେମାନେ ଏହାର ଫାଇଦା ଉଠାଇ ପାରିନଥାନ୍ତି । ଆପଣମାନେ ଏ କ୍ଷେତ୍ରରେ ୧୫-୧୫-୧୫ ଫର୍ମୂଲା ଆପ୍ଲାଏ କରିପାରିବେ । ଏନେଇ ଆପ୍ଟିମନି ମ୍ୟାନେଜର୍ସର ଫାଉଣ୍ଡର ଓ ସିଇଓ କହିଛନ୍ତି ଯେ, ଆପଣମାନେ ୧୫ ବର୍ଷ ପାଇଁ ୧୫ ହଜାର ଟଙ୍କା ନିବେଶ କରିପାରିବେ । ଏ କ୍ଷେତ୍ରରେ ଆପଣଙ୍କୁ ଯଦି ୧୫ ପ୍ରତିଶତ ସୁଧ ମିଳିବ, ତେବେ ନିଶ୍ଚିତ ଭାବେ ଆପଣ କୋଟିପତି ପାଲଟିଯିବେ ।

ଏପରି କ୍ଷେତ୍ରରେ ଆପଣଙ୍କୁ ୧୫ ବର୍ଷରେ ମୋଟ ୨୭ ଲକ୍ଷ ଟଙ୍କା ଜମା କରିବାକୁ ହୋଇଥାଏ, ଯାହାର ରିଟର୍ଣ୍ଣ ବାବଦକୁ ଆପଣ ପାଇବେ ୧.୦୧ କୋଟି ଟଙ୍କା । ଯଦି ଆପଣ ନିଜର ନିବେଶ ଅର୍ଥକୁ ବୃଦ୍ଧି କରିପାରିବେ, ତେବେ ୧୫ ବର୍ଷ ପୂର୍ବରୁ ମଧ୍ୟ କୋଟିପତି ହେବାର ସମ୍ଭାବନା ରହିଛି । ସେହିପରି ମାସକୁ ୧୫ ହଜାର ଲେଖାଏଁ ଆପଣ ୨୦ ବର୍ଷ ପାଇଁ ନିବେଶ କରି ୧୫ ପ୍ରତିଶତ ସୁଧ ହାରରେ ମୋଟ ୨.୨୭ କୋଟି ପାଇପାରିବେ । ଏବେ କୁହନ୍ତୁ ତ କୋଟିପତି ହେବା ସହଜ ନା କଷ୍ଟ ।

Get real time updates directly on you device, subscribe now.