fbpx

ସହମତିରେ ରଖାଯାଇଥିବା ଶାରିରୀକ ସମ୍ବନ୍ଧ ଦୁଷ୍କର୍ମ ନୁହେଁ: କୋର୍ଟ

ଫତେହାବାଦ: ଦୁଷ୍କର୍ମର ଏକ ମାମଲାରେ ଶୁଣାଣି କରି ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ଏବଂ ଫାଷ୍ଟ ଟ୍ରାକ କୋର୍ଟର ଜଜ୍ ବଲୱନ୍ତ ସିଂ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଦାଲତ ନିଜ ରାୟରେ କହିଛନ୍ତି ଯେ, ସହମତିରେ ରଖାଯାଇଥିବା ସମ୍ବନ୍ଧ ଦୁଷ୍କର୍ମ ନୁହେଁ ।

କୋର୍ଟଙ୍କ କହିବା ମୁତାବକ, ପୀଡିତା ଅଭିଯୁକ୍ତଙ୍କ କ୍ୟାଣ୍ଟିନରେ କିଛି ମାସ କାମ କରୁଥିଲେ । ଅଭିଯୁକ୍ତ ତାଙ୍କୁ ବିବାହ କରିବାର ବାହାନା ଦେଇଥିଲେ, କିନ୍ତୁ ସେ ପୂର୍ବରୁ ବିବାହିତ ଥିଲେ ବୋଲି ପୀଡ଼ିତା କହିଛନ୍ତି । ସମ୍ବନ୍ଧ ରଖିବା ପାଇଁ ନିଜକୁ ସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଜଣକ ବିବାହିତ ନା ସିଙ୍ଗଲ ଜାଣିବା ଯୁବତୀଙ୍କ ଦାୟିତ୍ୱ । ଏଥିପାଇଁ କ୍ୟାଣ୍ଟିନକୁ ଆସୁଥିବା ଅଭିଯୁକ୍ତଙ୍କ ଗ୍ରାହକମାନଙ୍କୁ ବି ଯୁବତୀ ପଚାରିପାରିଥାନ୍ତେ । ପୀଡିତାଙ୍କ ଆଚରଣରୁ ଜଣାପଡିଛି କି ସେ ସହମତିରେ ଅଭିଯୁକ୍ତ ସହ ସମ୍ବନ୍ଧ ରଖିଥିଲେ ଓ ପରେ ତାଙ୍କ ଉପରେ ମାମଲା ରୁଜୁ କରିବା ପାଇଁ କାହାଣୀ ପ୍ରସ୍ତୁତ କରିଥିଲେ ବୋଲି କୋର୍ଟ କହିଛନ୍ତି ।

ତେବେ୧୫ ଜୁନ୍ ୨୦୧୯ ରେ ତୋହାନା ପୋଲିସ ଆଇପିସିର ଧାରା ୩୧୩, ୩୨୮, ୩୭୬, ୫୦୬ ଏବଂ ଏସସି ଏସଟି ଅଧିନିୟମ ଅନୁଯାୟୀ ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ତୋହାନାର ଗିଲାନୱାଲି ଧାନୀ ନିବାସୀ ଦଲିପଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୀଡିତା ଅଭିଯୋଗ କରିଥିଲେ ଯେ, ସେ ଚାକିରି ଖୋଜିବା ପାଇଁ ଏକ ସ୍କୁଲକୁ ଯାଇଥିଲେ । ସେଠାରେ ସେ ସ୍କୁଲ କ୍ୟାଣ୍ଟିନର କଣ୍ଟ୍ରାକ୍ଟର ଦଲିପଙ୍କୁ ଭେଟିଥିଲେ । ଦଲିପ ତାଙ୍କୁ ତୋହାନା ସହରରେ ଏକ ରୁମ୍ ଭଡ଼ାରେ ଦେଇଥିଲେ ଓ ଦିନେ ଜୁସ୍ ନେଇ ଆସିଥିଲେ । ଜୁସ୍ ପିଇବା ମାତ୍ରେ ସେ ବେହୋସ୍ ହୋଇଥିଲେ ଓ ଦଲିପ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହା ପରେ ଦଲିପ ଅନେକ ମାସ ଧରି ଦୁଷ୍କର୍ମ କରିଥିଲେ । ଯେବେ ସେ ଗର୍ଭବତୀ ହୋଇଥିଲେ, ସେବେ ଦଲିପ ତାଙ୍କର ଗର୍ଭପାତ କରାଇଥିଲା । ଯେବେ ସେ ବିବାହ କରିବାକୁ କହିଥିଲେ, ସେବେ ଦଲିପ କହିଥିଲେ ଯେ ସେ ବିବାହିତ ।

କୋର୍ଟରେ ମହିଳାଙ୍କ ଅଭିଯୋଗର ଜବାବରେ ଅଭିଯୁକ୍ତଙ୍କ ପତ୍ନୀ ମଧ୍ୟ ହାଜର ହୋଇ କହିଥିଲେ ଯେ, ସେ ପୀଡିତାଙ୍କୁ କିସ୍ତିରେ ଫ୍ରିଜ୍ ଦେଇଛନ୍ତି ଏବଂ କିସ୍ତି ମଧ୍ୟ ନିଜେ ଭରିଛନ୍ତିି । ଦଲିପ ବିବାହିତ ବୋଲି ପୀଡିତା ବହୁତ ଭଲ ଭାବରେ ଜାଣିଥିଲେ । ମହିଳା ଯେଉଁ ଘରେ ଭଡାଘରେ ରହୁଥିଲେ ସେହି ଘରର ମାଲିକ ମଧ୍ୟ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି ଯେ, ଥରେ ଦଲିପ ରୁମ୍ ପାଇଁ ଆସିଥିଲେ । କିନ୍ତୁ ପରେ ତାଙ୍କୁ କେବେ ବି ସେଠାରେ ଆଉ ଦେଖିବାକୁ ମିଳିନଥିଲା । ଘଟଣାରେ ପୀଡ଼ିତା ସହମତିରେ ସମ୍ବନ୍ଧ ରଖିଥିବା ପ୍ରମାଣିତ ହେବା ପରେ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Get real time updates directly on you device, subscribe now.