fbpx

ପୋଲିସ୍ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ! ମୃତ ଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ

ବରଗଡ଼(ଓଡ଼ିଶା ଭାସ୍କର): ପୋଲିସ୍ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ନ୍ୟାୟ ଦାବି କରି ରାସ୍ତାକୁ ଓହ୍ଲାଇଲେ ପରିବାର ଲୋକେ । ଶବ ଧରି ଏସପି ଅଫିସ୍ ଆସୁଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ହୋଇଛି । ପୋଲିସ୍ ଉତ୍ତେଜିତ ଲୋକଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ୍ ଲାଠିଚାର୍ଜ କରିଛି । ଗଣ୍ଡଗୋଳ ମାମଲାରେ ଗତକାଲି ଯୁବକଙ୍କୁ ଉଠାଇ ନେଇଥିଲା ଟାଉନ୍ ପୋଲିସ୍ । ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପୋଲିସ୍ ଯୁବକଙ୍କୁ ମାରି ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Get real time updates directly on you device, subscribe now.