fbpx

ପ୍ଲାଷ୍ଟିକ୍ ସର୍ଜରୀ କଲେ ରକୁଲ ପ୍ରୀତ୍ ସିଂ! ମୁହଁ ବିଗିଡ଼ିବାରୁ ଫ୍ୟାନ୍ସ ଦେଲେ ଏପରି କମେଣ୍ଟ୍

ମୁମ୍ବାଇ: ରକୁଲ ପ୍ରୀତ୍ ସିଂ ହେଉଛନ୍ତି ବଲିଉଡ୍ ର ଏଭଳି ଅଭିନେତ୍ରୀ ଯାହାଭ୍କର ଚେହେରା ଭାରତୀୟ ମହିଳାଙ୍କ ଛାପ ରହିଛି । ତେଣୁ ଦର୍ଶକ ତାଙ୍କୁ ସ୍କ୍ରିନ୍ ରେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । ରକୁଲ ପ୍ରୀତ୍ ଙ୍କ ଚେହେରାରେ ସବୁ ପ୍ରକାରର ଭୂମିକା ଏକଦମ ଫିଟ୍ ହୋଇଯାଏ । ସେ ଏମିତି ଏକ ଅଭିନେତ୍ରି ଯିଏକି ଖୁବ୍ କମ୍ ସମୟରେ ବଡ଼ ବଡ଼ ବଜେଟ୍ ର ଫିଲ୍ମ କରି ହିଟ୍ ହୋଇପାରିଛନ୍ତି ।

 

View this post on Instagram

 

A post shared by Rakul Singh (@rakulpreet)

ତେବେ କିଛିଦିନ ହେବ ତାଙ୍କର ଏକ ପୋଷ୍ଟ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ବିଗିଡ଼ି ଯାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଚେହେରା ଏକଦମ୍ ଅଲଗା ନଜର ଆସିଛି । ଉକ୍ତ ଫଟୋରୁ ତାଙ୍କୁ ଚିହ୍ନିବା କଷ୍ଟକର୍ ହୋଇପଡ଼ିଛି । ପୋଷ୍ଟ କରିବାର ମାତ୍ର କିଛି ସମୟ ଭିତରେ ଫଟୋଟିକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।

ହେଲେ କମେଣ୍ଟ ଦେଖିଲେ ଲାଗୁଛି ଯେପରି ଫଟୋକୁ ଡିସଲାଇକ୍ କରିବା ଲୋକଙ୍କ ସଂଖ୍ୟା ଅନେକ ରହିଛି । ଫଟୋରେ ତାଙ୍କ ପତଳା ନାକ ଓ ଗାଲକୁ ଦେଖି ଦର୍ଶକଙ୍କୁ ଲାଗୁଛି ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି । ତେଣୁ ଲୋକମାନେ କମେଣ୍ଟରେ କହିଛନ୍ତି ଯେ, ଏ କିଏ? । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି, ବଲିଉଡ୍ ବାଲାଙ୍କୁ କଣ ହୋଇଛି? ।

Get real time updates directly on you device, subscribe now.